ଆଜି ନୁହଁ ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶେଷ ତାରିଖ

ଆଜି ହେବନି ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା।

 ନୂଆଦିଲ୍ଲୀ:  ଆଜି ହେବନି DGMO ଆଲୋଚନା। ଆଜି ହେବନି ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା। ଏନେଇ ସ୍ପଷ୍ଟ କଲା ଭାରତୀୟ ସ୍ଥଳସେନା। ଆଜି ଅସ୍ତ୍ରବିରତିର ଶେଷ ତାରିଖ ଖବରକୁ ଖଣ୍ଡନ କଲା ସେନା। ଅନିର୍ଦ୍ଦିଷ୍ଟ କାଳ ଯାଏଁ  ଅସ୍ତ୍ରବିରତି, ଗୁଜବକୁ ବିଶ୍ୱାସ କରନ୍ତୁନି କହିଲେ ସେନା।

କିଛି ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରୁଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଆଜି ଶେଷ ହେଉଛି। ଏହା ସହିତ, ଆଜି ଡିଜିଏମଓ ସ୍ତରୀୟ ଆଲୋଚନା ସ୍ଥିର ହୋଇଛି କି ନାହିଁ ସେ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଯାଉଛି।

ଭାରତୀୟ ସେନା ଅନୁଯାୟୀ, ଆଜି କୌଣସି ଡିଜିଏମଓ ଆଲୋଚନା ସ୍ଥିର ହୋଇନାହିଁ। ୧୨ ମେରେ ଡିଜିଏମଓଙ୍କ ଆଲୋଚନାରେ ନିଷ୍ପତ୍ତି ହୋଇଥିବା ଶତ୍ରୁତାରେ ବିରତି ଜାରି ରଖିବା ସମ୍ପର୍କରେ, ଏହାର କୌଣସି ଶେଷ ତାରିଖ ନାହିଁ।