fbpx

ଏସିଆ କପ୍ ରେ ଭାରତୀୟ ଟିମ୍ ର ନେତୃତ୍ୱ ନେବେ ରୁପିନ୍ଦର ପାଲ ସିଂ, ସ୍ଥାନ ପାଇଲେ ୪ ଓଡ଼ିଆ ଖେଳାଳୀ

ନୁଆଦିଲ୍ଲୀ: ଅଭିଜ୍ଞ ରୁପିନ୍ଦର ପାଲ ସିଂଙ୍କ ନେତୃତ୍ୱରେ ଏସିଆ କପ୍ ଲାଗି ଭାରତୀୟ ଦଳର ଘୋଷଣା କରିଛି ହକି ଇଣ୍ଡିଆ । ସେହିପରି ଓଡ଼ିଆ ତାରକା ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା ଅବସର ପରେ ପୁଣି ଦଳକୁ ଫେରିଥିବା ବେଳେ ତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ଜାକାର୍ତ୍ତରେ ମେ ୨୩ ତାରିଖରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଏସିଆ କପ୍ ଅନୁଷ୍ଠିତ ହେବ ।

ଏଥି ପାଇଁ ସୋମବାର ୨୦ ଜଣିଆ ଟିମ୍ ଘୋଷଣା କରିଛି ଭାରତୀୟ ହକୀ । ତେବେ ଏସିଆ କପ୍ ବିଶ୍ୱକପ୍ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଅଟେ । ଭାରତ ଜାପାନ,ମାଲେସିଆ,କୋରିଆ,ଓମାନ ଏବଂ ବାଂଲାଦେଶ ସହ ଗ୍ରୁପ୍-ବି ରେ ସ୍ଥାନ ପାଇଛି ।
ଏହି ୨୦ଜଣିଆ ଦଳରେ ୧୦ ନୂତନ ଖେଳାଳୀ ପ୍ରଥମ ଥର ସିନିୟର ଦଳରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ ଜୁନିଅର ବିଶ୍ୱକପ ଖେଳାଳି ଯଶଦୀପ ସିୱାଚ, ଅଭିଷେକ ଲାକ୍ରା, ମଞ୍ଜିତ, ବିଷ୍ଣୁକାନ୍ତ ସିଂ ଏବଂ ଉତ୍କଳ ସିଂ ଅଛନ୍ତି । ଦଳରେ ମାରେସୱାରେନ୍ ସାକଥିଭେଲ୍, ଶେଶେ ଗୋୱଡା ବିଏମ୍, ପୱନ ରାଜଭାର, ଅବରଣ ସୁଦେବ ଏବଂ ଏସ କାର୍ତ୍ତି ମଧ୍ୟ ରହିବେ।

ଏହି ଟିମ୍ ରେ ଅଭିଜ୍ଞ ବରିଷ୍ଠ ଖେଳାଳୀଙ୍କ ସହ ନବାଗତ ଯୁବ ଖେଳାଳୀ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ବୟସ ଗ୍ରୁପ୍ ମ୍ୟାଚ୍ ରେ ଅନ୍ତର୍ଜାତୀୟ ସ୍ତରରେ ଖେଳିଛନ୍ତି କିନ୍ତୁ ସେମାନଙ୍କ ସିନିୟର ଇଣ୍ଡିଆରେ ଡେବ୍ୟୁ କରିନାହାଁନ୍ତି । ଯେହେତୁ ଆୟୋଜକ ଭାବରେ ଭାରତ ପୁରୁଷ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି, ଏହି ନୂତନ ଗୋଷ୍ଠୀକୁ ପରୀକ୍ଷା କରିବା ଏବଂ ଏହି ଖେଳାଳିମାନେ ଏହି ସୁଯୋଗକୁ କିପରି ଉପଯୋଗ କରିବେ ତାହା ପରୀକ୍ଷା କରିବା ଆମ ପାଇଁ ଏକ ଭଲ ପ୍ଲାଟଫର୍ମ ହେବ ବୋଲି ପ୍ରଶିକ୍ଷକ ବିଜେଡି କାରିଆପ୍ପା କହିଛନ୍ତି।

Get real time updates directly on you device, subscribe now.