fbpx

ରୁଷ ପାଇଁ ଅସ୍ତ୍ର ଶସ୍ତ୍ର ସଙ୍କଟ, ଚୀନଠୁ ଲୋଡିଲା ସହାୟତା, ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧକୁ 19 ଦିନ ବିତି ଯାଇଛି। ଏହା ମଧ୍ୟରେ ଆମେରିକା ମିଡିଆ ଦାବି କରିଛି ୟୁକ୍ରେନରେ ଆକ୍ରମଣ ଆହୁରି ଜୋରଦାର କରିବା ପାଇଁ ରୁଷ ଏବେ ଚୀନର ସହାୟତା ଲୋଡିଛି। ୟୁକ୍ରେନ ଦଖଲ ପାଇଁ ରୁଷ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛି। ଅନେକ ପର୍ଯ୍ୟାୟରେ ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ। ତେଣୁ ଯୁଦ୍ଧ ଅନେକ ଦିନ ହେବାର ସମ୍ଭାବନା ରହିଛି। କିନ୍ତୁ ଯୁଦ୍ଧାସ୍ତ୍ର ଅଭାବ କାରଣରୁ ବର୍ତ୍ତମାନ ରୁଷ ଚୀନର ସହାୟତା ଲୋଡିଛି।

ରିପୋର୍ଟରେ କୁହାଯାଇଛି, ଆମେରିକା ଏହା ବେଶ୍ ଭଲ ଭାବେ ଜାଣିଛି ଯେ, ଚୀନଠୁ କେଉଁ ପ୍ରତିରକ୍ଷା ଉପକରଣ କିଣିଲେ ରୁଷ ଅଧିକ ଶକ୍ତିଶାଳୀ ହୋଇ ପାରିବ। ଅନ୍ୟପଟେ ଚୀନରେ ସେହି ଯୁଦ୍ଧାସ୍ତ୍ର ବର୍ତ୍ତମାନ ଉପଲବ୍ଧ ନାହିଁ। ସମଗ୍ର ଦୁନିଆରେ ସେହି ଯୁଦ୍ଧାସ୍ତ୍ରର ଚାହିଦା ଅହେତୁକ ରହିଛି। ଏହି କାରଣରୁ ଚୀନ ନିକଟରେ ଏହି ଉପକରଣର ପରିମାଣ ବହୁତ କମ ରହିଛି।

ରୁଷରେ ପ୍ରତିରକ୍ଷା ଉପକରଣରେ ହ୍ରାସ  ଘଟିଛି। ଏଥିପାଇଁ ଏହି ମହାଶକ୍ତି ଦେଶକୁ ଚୀନ ଉପରେ ନିର୍ଭରଶୀଳ ହେବାକୁ ପଡିଛି। ଭାରତ ପାଇଁ ଏହା ଚିନ୍ତାର ବିଷୟ ଯେ, ଭାରତର ଅନେକ ପ୍ରମୁଖ ଯୁଦ୍ଧାସ୍ତ୍ର ରୁଷରୁ ଆସିଥାଏ। ଭାରତୀୟ ସେନା ଏବେ ମଧ୍ୟ ବଡ ମାତ୍ରାରେ ରକ୍ଷା ଉପକରଣ ରୁଷଠୁ କିଣାଯାଉଛି। ଏମିତିରେ ଯଦି ରୁଷ ନିକଟରେ ଯୁଦ୍ଧାସ୍ତ୍ରର ଅଭାବ ରହିଛି, ତେବେ ଭାରତକୁ ମଧ୍ୟ ଭବିଷ୍ୟତରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ଭାରତ ନିକଟରେ ରୁଷର ଟି-90 ଟ୍ୟାଙ୍କ, Su-30MKI ଲଢୁଆ ବିମାନ ଏବଂ ଆଇଏନଏସ ବିକ୍ରମାଦିତ୍ୟ ରହିଛି। ଭାରତ ରୁଷର ଯୁଦ୍ଧାସ୍ତ୍ର ଉପରେ ବିଶ୍ଵାସ କରି ଆସିଛି। ଭାରତ ଏହାକୁ ନେଇ ଚିନ୍ତିତ ଯେ, ପାଶ୍ଚାତ୍ୟ ଦେଶଗୁଡିକ ଦ୍ଵାରା ରୁଷ ଉପରେ ଲଗାଯାଉଥିବା ପ୍ରତିବନ୍ଧ କାରଣରୁ ଭାରତର ରପ୍ତାନୀରେ ମଧ୍ୟ ହ୍ରାସ ଘଟିପାରେ।

ୟୁକ୍ରେନରେ ଯୁଦ୍ଧ ଉପରେ ନଜର ପକାଇଲେ ରୁଷ ଏବେ ମଧ୍ୟ ଅନେକ ପ୍ରମୁଖ ସହର କବଜା କରି ପାରିନାହିଁ। ୟୁକ୍ରେନ  ନିଜ ଲୋକଙ୍କୁ ପ୍ରୋତ୍ସାତି କରିବାରେ ଲାଗିଛି। ଫଳରେ ଅନେକ ସାଧାରଣ ଜନତା ମଧ୍ୟ ଅସ୍ତ୍ର ଶସ୍ତ୍ର ଉଠାଇଲେଣି। ତେଣୁ ରୁଷ ଆକାଶ ମାର୍ଗରୁ ଆକ୍ରମଣ ଜୋରଦାର କରିବାକୁ ଚାହୁଁଛି। ହେଲେ ଏଥିପାଇଁ ବ୍ୟାପକ ମାତ୍ରାରେ ହତିଆରର ଆବଶ୍ୟକତା ରହିଛି।

Get real time updates directly on you device, subscribe now.