fbpx

ଯୁଦ୍ଧରେ ରୁଷିଆର ମେଜର ଜେନେରାଲ ମୃତ, ଦାବି କଲା ୟୁକ୍ରେନ୍

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ଇତିମଧ୍ୟରେ ଦୁଇ ଦେଶର ଅନେକ ଧନଜୀବନ ନଷ୍ଟ ହୋଇଛି । ତେବେ ଏହି ଯୁଦ୍ଧରେ ରୁଷିଆର ମେଜର ଜେନେରାଲ ଭିଟାଲି ଗେରାସିମୋଭ ମୃତ୍ୟୁବରଣ କରିଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଖାରକିଭ ଅଞ୍ଚଳରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭିଟାଲି ମୃତ୍ୟୁବରଣ କରିଥିବା ୟୁକ୍ରେନର ଗୁଇନ୍ଦା ପକ୍ଷରୁ ସୂଚନା ଦିଆଯାଇଛି ।

ଜଣାପଡ଼ିଛି ଯେ, ଭିଟାଲି ରୁଷ ସେନାର ଦ୍ୱିତୀୟ ଜେନେରାଲ ଭାବେ ଚଳିତ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ସେ ୪୧ତମ ଆର୍ମିର ମୁଖ୍ୟ ଅଧିକାରୀ ଥିଲେ । ଏହା ପୂର୍ବରୁ ଆଉ ଜଣେ ଜେନେରାଲ ୟୁକ୍ରେନ ଯୁଦ୍ଧରେ ନିହତ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଏହି ଯୁଦ୍ଧରେ ରୁଷର ୫୦୦ ସୈନ୍ୟ ମୃତ୍ୟୁବରଣ କରିବା ସହ ୧୬୦୦ ଆହତ ହୋଇଥିବା ମସ୍କୋ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ବ୍ରିଟିଶ ଅଫିସିଆଲ ପକ୍ଷରୁ କୁହାଯାଇଥିଲା । ସେହିପରି ୧୧ ହଜାରରୁ ଅଧିକ ସେନାଙ୍କୁ ମାରିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଥିଲେ ।

Get real time updates directly on you device, subscribe now.