fbpx

ଯୁଦ୍ଧ ମଝିରେ ଏମିତି ନିଷ୍ପତ୍ତି ନେଲେ ପୁତିନ: ଋଷର ମେନେ ପଡିଲା ସାଧାରଣ ଜନତାଙ୍କ ସୁରକ୍ଷା କଥା

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । କିନ୍ତୁ ବନ୍ଦ ହେଉନି ରକ୍ତର ହୋଲି । ପ୍ରତି ମୁହୂର୍ତ୍ତରେ ପ୍ରାଣ ହରାଉଛନ୍ତି ଉଭୟ ଦେଶର ଅନେକ ନାଗରିକ । ତେଣୁ ଋଷକୁ ବିଭିନ୍ନ ଦେଶ ତରଫରୁ ଯୁଦ୍ଧ ରୋକିବାକୁ ଅପିଲ କରିଥିଲେ ବି ପଛକୁ ହଟିନି ସେନା । ଏହାରି ମଧ୍ୟରେ ଋଷ ନେଇଛି ଏକ ବଡ ନିଷ୍ପତ୍ତି । କିଛି ଘଣ୍ଟା ପାଇଁ ୟୁକ୍ରେନରେ ଅସ୍ତ୍ରବିରତୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ପୁତିନ । ଦିନ ୧୨.୩୦ରେ ଋଷ ଆରମ୍ଭ ହୋଇଛି ଏହି ଅସ୍ତ୍ରବିରତୀ । ଯୁଦ୍ଧରେ ଫସି ରହିଥିବା ଲୋକମାନଙ୍କୁ ବାହାର କରିବା ପାଇଁ ଏହି ନିଷ୍ପତ୍ତି ନେଇଛି ଋଷ ।

୧୨ ଦିନର ଘମାଘୋଟ ଯୁଦ୍ଧ ମଜିରେ ଋଷ ନେଇଛି ସିଜଫାୟାର ବା ଅସ୍ତ୍ରବିରତୀର ନିଷ୍ପତ୍ତି । ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ଆଲୋଚନା ପରେ ତାଙ୍କ ଅପିଲ ଅନୁସାରେ ଏହି ନିଷ୍ପତ୍ତି ନେଇଛନ୍ତି ଋଷ ରାଷ୍ଟ୍ରପତି ପୁତିନ । ଭାଂରତର ନାଗରିକଙ୍କୁ ଯୁଦ୍ଧ ପରିସ୍ଥିତିରୁ ଉଦ୍ଧାର କରି ସୁରକ୍ଷିତ ଫେରାଇ ଦେବା ପାଇଁ ୟୁକ୍ରେନ ଆକ୍ରମଣ ଉପରେ ରୋକ ଲଗାଇଛି । ମାରିୟୁପୋଲ ଏବଂ ଖାରକିଭ କିଭ ଏବଂ ସୁମିରେ ସିଜଫାୟାର ଘୋଷଣା ହୋଇଛି ।

ସୂଚନା ମୁତାବକ, ସୁମିରେ ୫୦୦ରୁ ଅଧିକ ଭାରତୀୟ ନାଗରିକ ଫସି ରହିଛନ୍ତି । ଯୁଦ୍ଧ ଯୋଗୁଁ ସେମାନଙ୍କୁ ବାହାରିବା କଷ୍ଟକର ହୋଇ ପହିଛି । ତେଣୁ ଏହି ଅସ୍ତ୍ରବିରତୀ ସମୟରେ ସେମାନଭ୍କୁ ସେଠାରୁ ବାହାର କରାଯିବ ବୋଲି ସୂଚନା ମିଳିଛି । ଏମାନଙ୍କୁ ନେଇ ସୀମା ପାର କରାଉଥିବା ଦୁଇ ରାସ୍ତାରେ ଅଞ୍ଚଳରେ ସିଜଫାୟାର କରାଯାଇଛି । ଏଥିସହ ସେମାନଭ୍କୁ ବାହାର କରିବା ପାଇଁ ହ୍ୟୁମାନ କରିଡରର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Get real time updates directly on you device, subscribe now.