ୱାଶିଂଟନ,୨୩ା୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସହିତ ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ଏବଂ ଖୁବ୍ ଶୀଘ୍ର ସମଗ୍ର ବିଶ୍ୱ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ହେବ। ସେ କହିଛନ୍ତି, ତେଲ ଦର ହ୍ରାସ କରିବାକୁ ସେ ସାଉଦି ଆରବ ଏବଂ ଓପିଇସି (Organization of the Petroleum Exporting Countries)କୁ କହିବେ। ଯଦି ମୂଲ୍ୟ ହ୍ରାସ ହୁଏ ତେବେ ରୁଷ-ୟୁକ୍ରେନ ଯୁଦ୍ଧ ତୁରନ୍ତ ଶେଷ ହେବ।
ଭିଡିଓ କନଫରେନ୍ସିଂ ଜରିଆରେ ଏଠାରେ ବିଶ୍ୱ ଅର୍ଥନୈତିକ ଫୋରମ (WEF)ର ବାର୍ଷିକ ବୈଠକକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ପ୍ରଶାସନ ଚାରି ଦିନ ମଧ୍ୟରେ ହାସଲ କରିଛି ଯାହା ଅନ୍ୟ ସରକାର ଚାରି ବର୍ଷ ମଧ୍ୟରେ ମଧ୍ୟ ହାସଲ କରିପାରିବେ ନାହିଁ। ଜାନୁଆରୀ ୨0ରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ପାଞ୍ଚ ଦିନିଆ WEF ବାର୍ଷିକ ବୈଠକ ଏହି ଦିନ ଆରମ୍ଭ ହୋଇଥିଲା।
‘ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି’
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି, ଆମ ଦେଶ ଶୀଘ୍ର ଶକ୍ତିଶାଳୀ, ଏକଜୁଟ ହୋଇ ଅଧିକ ସମୃଦ୍ଧ ହେବ। ଏହା ସମଗ୍ର ବିଶ୍ୱକୁ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ କରିବ। ” ସେ ପୂର୍ବରୁ ଘୋଷଣା କରିଥିବା ପଦକ୍ଷେପ ଏବଂ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ସେ ଆଲୋଚନା କହିଛନ୍ତି ।