ନୂଆଦିଲ୍ଲୀ: ଭାରତରେ ନିର୍ମିତ ଟ୍ରେନ ରୁଷ ଭଳି ବଡ଼ ଦେଶରେ ଚାଲିବାକୁ ଯାଉଛି। ରୁଷ ଲୋକେ ଯେତେବେଳେ ଭାରତ ନିର୍ମିତ ଟ୍ରେନରେ ଯାତ୍ରା କରିବେ, ଏହା ଭାରତ ପାଇଁ ବଡ଼ ଗର୍ବର ବିଷୟ। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ମୁତାବକ, ରେଳ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରୁଷ ନିଜ ଘରୋଇ ଆବଶ୍ୟକତାକୁ ପୂରଣ କରିବା ଲାଗି ଭାରତରେ ଟ୍ରେନ ଗୁଡିକୁ ଏବଂ ଏହାର କମ୍ପୋନେଣ୍ଟସ ମାନ୍ୟୁଫ୍ୟାକଚର କରିବା ଲାଗି ବ୍ୟାକୁଳ ଅଛି। ଗତ ସପ୍ତାହରେ ରୁଷର ମୁଖ୍ୟ ରେଳ କମ୍ପାନୀ TMHରେ ଏହି ପ୍ଲାନରେ ରୁଚି ପ୍ରକାଶ କରିଥିଲା।
ଭାରତରେ ରେଲୱେ ସେକ୍ଟରରେ ରୁଷ ନିବେଶକୁ ନେଇ ଅଧିକାରୀ କହିଛନ୍ତି ଯେ, ରୁଷର ବହୁତ ବଡ଼ ଘରୋଇ ଆବଶ୍ୟକତା ଅଛି। ଏଥିପାଇଁ ସେମାନେ ଏଠାରେ ମାନ୍ୟୁଫ୍ୟାକଚରିଂ ଫାସିଲିଟିଜ ଆଣିବାକୁ ଚାହୁଁଛନ୍ତି। ସେମାନେ ଭାରତରୁ ଏହି ସପ୍ଲାଏ ନେବାକୁ ଚାହୁଁଛନ୍ତି। ଟିଏମଏଚର ସିଇଓ କିରିଲ ଲିପା ମସ୍କୋରେ କମ୍ପାନୀର କାର୍ଯ୍ୟାଳୟରେ ଭାରତୀୟ ସାମ୍ବାଦିକଙ୍କ ଗୋଷ୍ଠୀଙ୍କୁ କହିଥିଲେ ଯେ, ଭାରତରେ ଥିବା ସୁଧ ଦର ଅନ୍ୟ ଦେଶମାନଙ୍କ ତୁଳନାରେ ଭିନ୍ନ। ଏଥିପାଇଁ ଆମେ ଭାରତରେ ନିବେଶ କରିବାକୁ ଇଚ୍ଛୁକ ଏବଂ ଏଥିପାଇଁ ଆମେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ଆମେ ଭାରତରେ ଅବେକ ଫ୍ୟାକ୍ଟ୍ରୀମାନ ଡେଭଲପ କରିବାକୁ ଉତ୍ସାହିତ ଅଛୁ, ଯାହା ଭିବିନ୍ନ କମ୍ପୋନେଣ୍ଟସ ମ୍ୟାନ୍ୟୁଫ୍ୟାକଚର କରିବ। ଏଥିରେ ଅନେକ ରୁଷ ମାର୍କେଟରେ ସପ୍ଲାଏ କରାଯାଇପାରିବ।