fbpx

ବିଶ୍ୱରେ ପୁଣି ଭୟଙ୍କର ରୂପ ନେଉଛି କରୋନା, ଋଷରେ ଗୋଟିଏ ଦିନରେ ପ୍ରାଣ ହରାଇଲେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଟିକାକରଣକୁ ଜୋରଦାର୍ କରାଯାଇଥିବା ବେଳେ ଏବେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଭାରତରେ ତାଣ୍ଡବ କରୁଥିବା ଡେଲଟା ଭାରିଆଣ୍ଟ ଏବେ ବିଶ୍ୱର ୧୦୦ଟି ଦେଶରେ ପହଞ୍ଚିସାରିଛି । ଏହି କ୍ରମରେ ରହିଛି ବ୍ରିଟେନ୍ , ଆମେରିକା, ଫ୍ରାନ୍ସ, ଋଷ ଭଳି ରାଷ୍ଟ୍ରରେ କରୋନା ଭାଇରସ୍ ପୁଣି କାୟା ମେଲାଇବାରେ ଲାଗିଛି । ତେବେ ଋଷରେ ଗୁରୁବାର କରୋନା ମହାମାରୀରେ ୬୭୨ ଲୋକଙ୍କର ମୃତ୍ୟୁ ହୋଇଯାଇଛି ।

ସରକାରଙ୍କ କରୋନା ଭାଇରସ୍ ଟାସ୍କ ଫୋର୍ସ ପକ୍ଷରୁ କୁହାଯାଇଛି ଯେ, ୨୪ ଘଣ୍ଟାରେ ୨୩ ହଜାର ୫୪୩ ନୂଆ କେସ୍ ସାମନାକୁ ଆସିଛି । ଯାହାକି ୧୭ ଜାନୁଆରୀ ପରେ ସବୁଠାରୁ ଅଧିକ । କେବଳ ରାଜଧାନୀ ମସ୍କୋରେ ୭୫୯୭ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହା ସହିତ ଋଷରେ କୋଭିଡ୍ ମାମଲା ସଂଖ୍ୟା ୫ କୋଟି ୫ଲକ୍ଷ ୩୮ ହଜାର ୧୪୨ ରେ ପହଞ୍ଚିଯାଇଛି । ଅନ୍ୟପଟେ ୧ ଲକ୍ଷ ୩୫ ହଜାର ୮୮୬ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.