ୟୁକ୍ରେନରେ ରୁଷିଆର ମିଜାଇଲ ଓ ଡ୍ରୋନ ଅଟାକ

ଓଡିଶା ଭାସ୍କର: ୟୁକ୍ରେନରେ ମିଜାଇଲ ପକାଇଛି ରୁଷିଆ। ଖାଲି ମିଜାଇଲ ନୁହେଁ ଡ୍ରୋନ ଦ୍ୱାରା ମଧ୍ୟ ଅଟାକ କରିଛି।

ଆମେ ସମସ୍ତେ ଜାଣିଛେ ଦୀର୍ଘ ବର୍ଷ ଧରି ଏହି ଯୁଦ୍ଧ ଚାଲି ଆସୁଛି। ଯାହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆଗରୁ ୟୁକ୍ରେନ ଯେଉଁ ଡ୍ରୋନ ଆଟାକ କରିଥିଲା ସେଥିରେ ରୁଷିଆ ଅନେକ କ୍ଷୟକ୍ଷତି ସହିଥିଲା।

ୟୁକ୍ରେନର ଏହି ଆଟାକ ପାଇଁ ରୁଷିଆ 40 ଟି ଯୁଦ୍ଧ ବିମାନ ହରାଇଥିଲା।ଯାହାର ପ୍ରତିଶୋଧ ନେଇଛି ରୁଷିଆ। ରୁଷିଆର ମିଜାଇଲ ଓ ଡ୍ରୋନ ଅଟାକ ପାଇଁ ୟୁକ୍ରେନର 10ଜଣଙ୍କର ମୃତ୍ୟୁ ଏବଂ 80ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ଖାଲି ସେତିକି ନୁହେଁ ରାଜଧାନୀ କିଭ ସହ ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ସହ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ କରାଯାଉଛି।।