fbpx

ମସ୍କୋ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ଋଷିଆର ଯାତ୍ରୀବାହୀ ବିମାନ; ୩ କ୍ରୁ ମେମ୍ବରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମସ୍କୋ ନିକଟ ଜଙ୍ଗଲରେ ରୁଷିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟ ଅନୁଯାୟୀ, ବିମାନରେ କେବଳ କ୍ରୁ ମେମ୍ବର ଥିଲେ । ଶୁକ୍ରବାର ଦିନ (ଆଜି) ସୁଖୋଇ ସୁପରଜେଟ୍ ୧୦୦ ଏକ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ ଥିବା ତିନି ଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମରାମତି କାମ ପରେ ପରୀକ୍ଷାମୂଳକ ଉଡ଼ାଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଋଷିଆର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ।

ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ନିର୍ମିତ ବିମାନବଦଳରେ ଋଷିଆ ନିକଟରେ ସ୍ୱଦେଶୀ ସୁଖୋଇ ସୁପରଜେଟ୍ ବିମାନ ବିକଶିତ କରୁଛି । ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଋଷ୍ ଉପରେ ବ୍ୟାପକ କଟକଣାର ସମ୍ମୁଖୀନ ହୋଇଛି । ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ରୁଷିଆ ଏହାର ପୁରୁଣା ବିମାନ ବାହିନୀକୁ ବଦଳାଇବାପାଇଁ ସଂଘର୍ଷ କରୁଛି ।

Get real time updates directly on you device, subscribe now.