fbpx

ଋଷ ଅର୍ଥବ୍ୟବସ୍ଥାକୁ ପୁଣି ଝଟକା! ଋଷରୁ ତେଲ ଓ ଗ୍ୟାସ ଆମଦାନୀ କରିବନି ଆମେରିକା

ଯୁଦ୍ଧ ସଙ୍କଟ ମଧ୍ୟରେ ଋଷ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଋଷରୁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଏନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି । ଘୋଷଣାଅନୁଯାୟୀ ଋଷରୁ ତେଲ, ଗ୍ୟାସ କିଣିବନି ଆମେରିକା । ଏହାଦ୍ୱାରା ଋଷିଆର ଆର୍ଥିକ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବ । ତେବେ ୟୁକ୍ରେନର ଶରଣାର୍ଥୀଙ୍କୁ ସହାୟତା ଯୋଗାଇବ ବୋଲି କହିଛନ୍ତି ବାଇଡେନ । ଏହା ସହ ବାଇଡେନ କହିଛନ୍ତି ପୁଟିନଙ୍କ ଏକଛତ୍ରବାଦ ପାଇଁ ପ୍ରତିବନ୍ଧକ ଜରୁରୀ । ତେଣୁ ଏଭଳି ପଦକ୍ଷେପ ନିଆଯାଉଛି ।

ଋଷର ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମୀର ଜେଲେନସ୍କୀ ଆମେରିକା ଏବଂ ପଶି୍ଚମ ଦେଶଗୁଡ଼ିକୁ ଅନେକ ଥର ଋଷରୁ ଆମଦାନୀ ବନ୍ଦ କରିବାକୁ ମନା କରିଥିଲେ । ଯାହା ପରେ ଆମେରିକା ଏହି ପଦକ୍ଷେପ ନେଇଛି ।

ସେପଟେ ଏନର୍ଜିୀ ସେକ୍ଟରର ଦିଗ୍ଗଜ କମ୍ପାନୀ ସେଲ୍ ମଧ୍ୟ ମଙ୍ଗଳବାର ଋଷଠାରୁ ଆଶୋଧିତ ତେଲ ଏବଂ ପ୍ରାକୃତିକ ଗ୍ୟାସ ନ କିଣିବା ନେଇ ଘୋଷଣା କରିଛି । ଏନେଇ ଏକ ବିବୃତ୍ତିରେ ଶେଲ୍ ତରଫରୁ କୁହାଯାଇଛି ଯେ ପର୍ଯ୍ୟାୟକ୍ରମେ ଋଷ ଠାରୁ ହାଇଡ୍ରୋକାର୍ବନ, କଞ୍ଚା ତେଲ, ପେଟ୍ରୋଲିୟମ ଉତ୍ପାଦ ଏବଂ ପ୍ରାକୃତିକ ଗ୍ୟାସ ଆମଦାନୀ ବନ୍ଦ କରାଯିବ ।

Get real time updates directly on you device, subscribe now.