fbpx

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କୋଭିଡ୍: ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଳୀ: ଦେଶରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଦେଶରେ ୨ ଲକ୍ଷ ୮୪ ହଜାର ୩୨୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜୟଶଙ୍କର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜର କରୋନା ଟେଷ୍ଟ କରିବା ପାଇଁ ଜୟଶଙ୍କର ପରାମର୍ଶ ଦେଇଛନ୍ତି ।

ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୬ ହଜାର ୩୮୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୯.୫୯% ରହିଛି । ସେହିପରି ୨୪ ଘଣ୍ଟାରେ ୫୭୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୧ ହଜାର ୭୦୦କୁ ବୃଦ୍ଧି ପାଇଛି । ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୭୬ ଲକ୍ଷ ୭୭ ହଜାର ୩୨୮ ଜଣ ଆକ୍ରାନ୍ତ । ୨୪ ଘଣ୍ଟାରେ ୩ ଲକ୍ଷ ୬ ହଜାର ୩୫୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରିୟ ମାମଲା ୨୨,୦୨,୪୭୨ ରହିଛି । ଏହା ସହ ଦେଶରେ ୧୬୩ କୋଟି ୮୪ ଲକ୍ଷ ୩୯ ହଜାର ୨୦୭ ଲୋକ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.