fbpx

କଟକରେ କ୍ଲାସେନଙ୍କ କ୍ଲାସିକ ପାଳି: ୪ ୱିକେଟରେ ଆଫ୍ରିକାର ଦ୍ୱିତୀୟ ବିଜୟ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଦିଲ୍ଲୀର ପରିସ୍ଥିତି ଦେହାରାଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚକୁ ମଧ ହାତଛଡା କରିଛି ପନ୍ତ ପାୱାର । ସିରିଜର ଦ୍ୱିତୀୟ ମ୍ୟାଚରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ୨-୦ର ଅଗ୍ରଣୀ ହାସଲ କରିଛି ଅତିଥି ଦଳ । ଆଜିର ଏହି ମ୍ୟାଚକୁ ୪ ୱିକେଟର ନିଜ ହାତରେ କରିଛି ସାଉଥ ଆଫ୍ରିକା ।

୧୪୯ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ଭୁବନେଶ୍ୱର କୁମାର । ନିଜର ଲଗାତାର ଦୁଇ ଓଭରରେ ଦୁଇଟି ସଫଳତା ହାସଲ କରି ଦଳ ପାଇଁ ଏକ ଦମଦାର ଆରମ୍ଭ ଦେଇତିଲେ । କିନ୍ତୁ ଅନ୍ୟ ପକ୍ଷରୁ ସାଥ ପାଇ ନଥିଲେ ଭୁବି । ଫଳରେ ଏହି ମ୍ୟାଚକୁ ହାତଛହା କରିଛି ଟିମ ଇଣ୍ଡିଆ । ଏକଦା ୨୯ ରନରେ ୩ ୱିକେଟ ହରାଇ ସଂଘର୍ଷ କରୁଥିବା ଆଫ୍ରିକା ପାୱାରପ୍ଲେ ପରେ କମବ୍ୟାକ କରିବାରେ ସଫଳ ହୋଇଥିଲା । ହେନରିକ କ୍ଲାସେନଙ୍କ ଧମାକାଦାର ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ ଉପରେ କବଜା କରି ପାରିଛି । ୪୬ ବଲରେ ୮୧ ରନର ଏକ ବିସ୍ଫୋରକ ଇନିଂସ ଖେଳି ଦଳ ପାଇଁ ବିଜୟର ଏକ ଦମଦାର କାହାଣୀ ଲେଖିଛନ୍ତି କ୍ଲାସେନ । ତାଙ୍କ ବ୍ୟତୀତ ଅଧିନୟକ ବାଭୁମା ୩୫ ଏବଂ ଡାଭିଡ ମିଲର ରନ କରିଛନ୍ତି । ତେବେ ଶେଷରେ ୪ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଛି ସାଉଥ ଅଫ୍ରିକା । ଏହି ବିଜୟ ସହ ସିରିଜରେ ୨-୦ରେ ଆଗୁଆ ରହିଛି ଅତିଥି ଟିମ ।

ଭାରତ ପକ୍ଷରୁ ଆଜି ମ୍ୟାଚରେ ସବୁଠାରୁ ସଫଳ ବୋଲର ପାଲଟିଛନ୍ତି ଭୁବନେଶ୍ୱର କୁମାର । ୪ ଓଭରରେ ମାତ୍ର ୧୩ ରନ ବ୍ୟୟ କରି ମୂଲ୍ୟବାନ ୪ଟି ୱିକେଟ ହାସଲ କରିଛନ୍ତି ଭୁବି । କିନ୍ତୁ ତାଙ୍କର ଏହି ଦମଦାର ବୋଲିଂ ପରେ ମଧ୍ୟ ଦଳ ବିଜୟ ହାସଲ କରିବାରେ ଫେଲ ମାରିଛି । ଭୁବନେଶ୍ୱରଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲ ଏବଂ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.