fbpx

ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

ଲକ୍ଷ୍ନୌ: ଶୁକ୍ରବାର ବିଳମ୍ବିତ ରାତିରେ ବାରାଣସୀରୁ ଆହମଦାବାଦ ଅଭିମୁଖେ ଯାତ୍ରା କରୁଥିବା ସାବରମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର କାନପୁର-ଭୀମସେନ୍ ଷ୍ଟେସନ ମଝିରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ୍ ହୋଇଥିବା ବେଳେ କୌଣସି ଯାତ୍ରୀ ମୃତାହତ ହେବାର ସୂଚନା ମିଳିନି । ଏହ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଖବର ପାଇ ରେଳବାଇ ପୋଲିସ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ ।

ସୂଚନାରୁ ପ୍ରକାଶ ସାବରମତୀ ଏକ୍ସପ୍ରେସ୍ ଟ୍ରେନ୍ ସଂଖ୍ୟା ୧୯୧୬୮ ଉତ୍ତରପ୍ରଦେଶର କାନପୁର-ଭୀମସେନ୍ ଷ୍ଟେସନ ମଝିରେ ଲାଇନଚ୍ୟୁତ୍ ହୋଇଥିଲା । ଲୋକୋ ପାଇଲାଟଙ୍କ କହିବାନୁଯାୟୀ ବୋଲ୍ଡର ଇଞ୍ଜିନ୍ ସହ ଧକ୍କା ହେବା କାରଣରୁ ଇଞ୍ଜିନର କେଟଲ୍ ଗାର୍ଡ଼ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଯାଞ୍ଚ୍ ପରେ ପ୍ରକୃତ ଘଟଣା ଜଣାପଡ଼ିବ । ଅପରପକ୍ଷରେ ଟ୍ରେନ୍ ଦୁର୍ଘଟଣା ବିଷୟରେ ଖବର ପାଇ କାନପୁର ଡିଏମ୍ ରାକେଶ କୁମାର ସିଂହ ଏବଂ ଏଡିଏମ୍ ଘଟଣାସ୍ଥଳରେ ପହଂଚି ସ୍ଥିତି ସମୀକ୍ଷା କରିଥିଲେ । ରେଳ ପ୍ରଶାସନ ତରଫରୁ ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ପ୍ରୟାଗରାଜ(୦୫୩୨-୨୪୦୮୧୨୮/୨୪୦୭୩୫୩), କାନପୁର(୦୫୧୨-୨୩୨୩୦୧୮/୨୩୨୩୦୧୫), ମିର୍ଜାପୁର(୦୫୪୪-୨୨୨୦୦୦୯୭), ଇଟାୱା(୭୫୨୫୦୦୧୨୪୯), ଟୁଣ୍ଡଲା(୭୩୯୨୯୫୯୭୦୨), ଅହମଦାବାଦ(୦୭୯୨୨୧୧୩୯୭୭), ବନାରସ ସିଟି(୮୩୦୩୯୯୪୪୧୧) ଏବଂ ଗୋରଖପୁର(୦୫୫୧-୨୨୦୮୦୮୮) । କହିରଖୁଛୁ ଶୁକ୍ରବାର ବିଳମ୍ବିତ ରାତିରେ ସିଲିଗୁଡ଼ି- ରଙ୍ଗାପାନି ଅଞ୍ଚଳରେ ଏକ ମାଲଗାଡ଼ି ଲାଇନଚ୍ୟୁତ୍ ହୋଇଥିଲା । ତେବେ ମାଲଗାଡ଼ିଟି ଇନ୍ଧନ ନେବାକୁ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରଙ୍ଗପାନିରେ ୧୫ ପୂର୍ବରୁ ଏକ ମାଲଗାଡ଼ି ଟ୍ରେନ୍ ଲାଇନଚ୍ୟୁତ୍ ହୋଇଥିଲା । ଗତ ଦୁଇ ମାସ ଭିତରେ ଏହି ଅଞ୍ଚଳରେ ଏହା ହେଉଛି ୩ୟ ଟ୍ରେନ୍ ଦୁର୍ଘଟଣା ।

Get real time updates directly on you device, subscribe now.