Big Breaking: ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି, ୨୬ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର: ମେ ୨୭ ପରିବର୍ତ୍ତେ ୨୬ରେ ସାବିତ୍ରୀ ଛୁଟି । ମେ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି ଘୋଷଣା ।

୨୬ ତାରିଖରେ ସମସ୍ତ ସରକାରୀ ଅଫିସ୍ ଛୁଟି । ରାଜ୍ୟ ସରକାର ଛୁଟି ବଦଳାଇବା ପାଇଁ ନେଲେ ବଡ଼ ନିଷ୍ପତ୍ତି । ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକାରଙ୍କ ନିଆଯାଇଛି ମତ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ଏହାର ସୂଚନା । ପୁରୀ ମୁକ୍ତିମଣ୍ଡପ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସରକାରଙ୍କ ନିଷ୍ପତ୍ତିକୁ ନେଇ କାର୍ମଚାରୀ ସ୍ୱାଗତ କରିଛନ୍ତି ।