fbpx

ଡିଜାଇନର୍ ସବ୍ୟସାଚୀଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ହଙ୍ଗାମା, ଅଣ୍ଡରଗାର୍ମେଣ୍ଟ ପିନ୍ଧି ଶୁଟ୍ କରିବା ପଡ଼ିଲା ମହଙ୍ଗା

Advertisement

ମୁମ୍ବାଇ: ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀ ନିଜର ଏକ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଟ୍ରୋଲ୍ ର ଶିକାର ହୋଇଛନ୍ତି । ୟୁନିକ୍ ଆଉଟଫିଟ୍ ଓ ବ୍ରାଇଡଲ୍ କନେକ୍ସନ୍ ପାଇଁ ମଶହୁର୍ ସବ୍ୟସାଚୀଙ୍କର କପଡ଼ା ଓ ଡିଜାଇନ୍ସ, ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟି ପର୍ଯ୍ୟନ୍ତ ସବୁଠି ପ୍ରସିଦ୍ଧ । ହେଲେ ବୁଧବାର ଦିନ ତାଙ୍କର ନୁତନ ଗହଣା ବିଜ୍ଞାପନର ଫଟୋ ଭାଇରାଲ୍ ହେବାପରେ ସେ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲର ଶିକାର ହୋଇଛନ୍ତି ।

 

View this post on Instagram

 

A post shared by Sabyasachi (@sabyasachiofficial)

ସବ୍ୟସାଚୀ “ଇଣ୍ଟିମେଟ୍ ଫାଇନ୍ ଜ୍ୱେଲେରୀ” ନାମରେ ନିଜର ଏକ ନୂତନ ଗହଣା କଲେକ୍ସନ୍ ଲଞ୍ଚ କରିଛନ୍ତି । ତେବେ ତାଙ୍କର ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟସ୍ ରେ ଅନେକ ମଡେଲ୍ ଙ୍କର ଫଟୋ ଅପଲୋଡ୍ କରାଯାଇଛି । ଯେଉଁଥିରେ ଉକ୍ତ ମଡେଲ୍ ମାନେ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ମଙ୍ଗଳସୂତ୍ର ପିନ୍ଧିଥିବା ନଜର ଆସୁଛନ୍ତି ।

ନୂତନ ଗହଣାର ପ୍ରମୋଶନ୍ ଆଡଭଟାଇଜମେଣ୍ଟରେ ହେଟ୍ରୋସେକ୍ସୁଆଲ୍ ଏବଂ ସେମ୍ ସେକ୍ସର ଦମ୍ପତି ଦ ରୟାଲ ବଙ୍ଗାଲ୍ ମଙ୍ଗଳସୂତ୍ର ପିନ୍ଧି ପୋଜ୍ ଦେଉଥିବା ନଜର ଆସିଛନ୍ତି । ଏହା ସବ୍ୟସାଚୀଙ୍କ ଇଣ୍ଟିମେଣ୍ଟ ଜ୍ୱେଲେରୀ କଲେକ୍ସନ୍ ର ଗୋଟିଏ ପାର୍ଟ ଥିଲା । ଏହି ଫଟୋ ସବୁରେ ମଡେଲ ମାନେ ଅଣ୍ଡରଗାର୍ମେଣ୍ଟ୍ ପିନ୍ଧି ମଙ୍ଗଳସୂତ୍ର ବିଜ୍ଞାପନ କରୁଥିବା ଦେଖିବାକୁ ମିଳିଛି ।

ତେବେ ଅଣ୍ଡରଗାର୍ମେଣ୍ଟ୍ ପିନ୍ଧି ମଙ୍ଗଳସୂତ୍ର ବିଜ୍ଞାପନ କରିବା ପରେ ସବ୍ୟସାଚୀଙ୍କୁ ଏବେ ୟୁଜର୍ସ ମାନେ ସୋସିଆଲ ମିଡିଆରେ ଟ୍ରୋଲ୍ କରିବାରେ ଲାଗିଛନ୍ତି । କିଛି ୟୁଜର୍ କହିଛନ୍ତି ଯେ, ଏହି ବିଜ୍ଞାପନ ହିନ୍ଦୁ ସଂସ୍କୃତି ପ୍ରତି ହମଲା ଓ ଧାର୍ମିକ ଭାବନାକୁ ଆହତ କରୁଛି । ଏପରି ଅନେକ ୟୁଜର୍ ବିଜ୍ଞାପନକୁ ବିରୋଧ କରିଛନ୍ତି ।

Get real time updates directly on you device, subscribe now.