fbpx

ସଚିନ କରୋନା ପଜିଟିଭ୍ ଚିହ୍ନଟ

ମୁମ୍ବାଇ, ୨୭ା୩: କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନା ଚିହ୍ନଟ ପଜିଟିଭ୍ ହୋଇଛନ୍ତି । ନମୂନା ପରୀକ୍ଷାରେ ସଚିନ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ପଜିଟିଭ୍ ଚିହ୍ନଟ ହେବା ପରେ ସଚିନ ସଙ୍ଗରୋଧରେ ରହିଥିବା ଜଣାପଡ଼ିଛି । ତେବେ ସଚିନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ନେଗେଟିଭ୍ ଥିବା ଜଣାପଡ଼ିଛି । କରୋନାର ସାମାନ୍ୟ ଲକ୍ଷଣ ଥିବା ନେଇ ସଚିନ ଟ୍ୱିଟ୍ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନେକ ରାଜନେତା, କ୍ରୀଡ଼ାବିତ, ଅଭିନେତା ତଥା ବିଶିଷ୍ଟ ବ୍ୟକ୍ତିମାନେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

Get real time updates directly on you device, subscribe now.