‘ମୁଁ ଆଉ ନିର୍ବାଚନ ଲଢିବିନି’, କାହିଁକି ଛୋଟ ପିଲାଙ୍କ ପରି ରାଗିଗଲେ କଂଗ୍ରେସ ପ୍ରାର୍ଥୀ ସଚିନ ସାୱନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିସାରିଛି। ଏଥିରେ ପାର୍ଟୀର ମହାରାଷ୍ଟ୍ର କଂଗ୍ରେସର ମହାସଚିବ, ସଚିନ ସାୱନ୍ତଙ୍କୁ ଅନ୍ଧେରୀ ବେଷ୍ଟରୁ ଟିକେଟ ଦିଆଯାଇଥିଲା। ବର୍ତ୍ତମାନ ସଚିନ ସାୱନ୍ତ ରାଗିଯାଇଛନ୍ତି ଏବଂ ସେ କହିଛନ୍ତି ଯେ, ମୁଁ ପୂର୍ବ ବାନ୍ଧ୍ରାର ଆସନ ମାଗିଥିଲି। ଏଏମଆଇ ସହ କଥା ହେବା ବେଳେ ସାୱନ୍ତକହିଛନ୍ତି ଯେ, ସେ ପାର୍ଟୀକୁ ଅନୁରୋଧ କରିଥିଲେ ଯେ, ଅନ୍ଧେରୀ ବେଷ୍ଟରୁ ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି। ଏଥିପାଇଁ ମୋର କୌଣସି ରାଗ ନାହିଁ, ମୁଁ ଚାହୁଁଛି ଏମବିଏ ଦୃଢ ରହୁ ଏବଂ ଆମର ପ୍ରାଥମିକ ଉଦ୍ଦେଶ୍ୟ ମହାୟୁତିକୁ ହରାଇବା ଅଟେ।

କଂଗ୍ରେସ ପାର୍ଟୀ ୧୬ଜଣିଆ ପ୍ରାର୍ଥୀର ତୃତୀୟ ତାଲିକା ଜାରି କରିଛି। ସାୱନ୍ତଙ୍କୁ ପଶ୍ଚିମ ଅନ୍ଧେରୀ ଆସନରୁ ଟିକେଟ ମିଳିଛି। ଏନେଇ ସାୱନ୍ତ କହିଛନ୍ତି ଯେ, ମୁଁ ଆଶା କରିଥିଲି ଯେ, ପାର୍ଟୀ ମୋତେ ପୂର୍ବ ବାନ୍ଦ୍ରାରୁ ହି ପ୍ରାର୍ଥୀ ଭାବେ ଠିଆ କରିବ, ଯେଉଁଠାରେ ମୁଁ ଭଲ କାମ କରିଛି। ମୁଁ ପଶ୍ଚିମ ଅନ୍ଧେରୀ ପାଇଁ କହିନଥିଲି। ମୁଁ ପାର୍ଟୀକୁ ଅନୁରୋଧ କରୁଛି, ମୁଁ ଏହି ଆସନରୁ ନିର୍ବାଚନ ଲଢିବି ନାହିଁ।

କଂଗ୍ରେସ ତୃତୀୟ ତାଲିକା ସହ ଏପର୍ଯ୍ୟନ୍ତ ୮୭ ପ୍ରାର୍ଥୀଙ୍କର ଘୋଷଣା କରିସାରିଛି। ଯଦି ବାନ୍ଦ୍ରା ଇଷ୍ଟ ବିଧାନସଭା ଆସନ କଥା କହିବାକୁ ଗଲେ, ତେବେ ଏହା ମହାବିକାଶ ଅଘାଡିର ଘଟକ ଦଳ ଶିବସେନା ୟୁବିଟି ସହ ମିଶିଯାଇଛି। ବିଧାନସଭାର ୨୮୮ ସିଟ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଫଳାଫଳ ୨୩ ନଭେମ୍ବରକୁ ଘୋଷଣା କରାଯିବ।