fbpx

୬ ନଭେମ୍ବର ଯାଏଁ ପୋଲିସ ହେପାଜତରେ ରହିବେ ୱାଜେ, ରହିଛି ନିର୍ଯ୍ୟାତନା ଅଭିଯୋଗ

ମୁମ୍ବାଇ: କାର୍ଯ୍ୟରୁ ବହିଷ୍କୃତ ହୋଇଥିବା ମୁମ୍ବାଇ ପୋଲିସ ଅଫିସର ସଚ୍ଚିନ ୱାଜେଙ୍କୁ ଏକ ନିର୍ଯ୍ୟାତନା ମାମଲାରେ ସଂପୃକ୍ତି ଅଭିଯୋଗରେ ୬ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ହେପାଜତରେ ରହିବାକୁ ପଡ଼ିବ ।

ଗତ ସପ୍ତାହରେ ସ୍ୱତନ୍ତ୍ର କୋର୍ଟ, ସଚ୍ଚିନ ୱାଜେଙ୍କୁ ହେପାଜତରେ ନେଇ ନିର୍ଯ୍ୟାତନା ମାମଲାର ପଚରାଉଚରା କରିବାକୁ ମୁମ୍ବାଇ ପୋଲିସକୁ ଅନୁମତି ଦେଇଥିଲେ । ସୋମବାର ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସଚ୍ଚିନ ୱାଜେଙ୍କୁ ହେପାଜତକୁ ନେଇଥିଲା । ୱାଜେଙ୍କୁ ହେପାଜତକ୍ୁ ନେବା ପରେ ଆଗାମୀ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ କ୍ରାଇମ ବ୍ରାଞ୍ଚ ଅଧିକାରୀ ତାଙ୍କୁ ଏନପ୍ଲାନେଡ କୋର୍ଟରେ ଉପସ୍ଥିତ କରାଇଥିଲେ ।

ସୂଚନାଯୋଗ୍ୟ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରେ କାରରେ ବମ ରଖି ଭୟ ସୃଷ୍ଟି କରିବା ମାମଲାରେ ସଂପୃକ୍ତି ଥିବାନେଇ ସଚ୍ଚିନ ୱାଜେଙ୍କୁ ମାର୍ଚ୍ଚ ମାସରେ ଗିରଫ କରାଯାଇଥିଲା । ଏହି ମାମଲାରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମ ବୀର ସିଂହ ମଧ୍ୟ ଗିରଫ ହୋଇଥିଲେ । ତେବେ ସଚ୍ଚିନ ୱାଜେଙ୍କୁ ଆଣ୍ଟିଲିଆ ଏବଂ ଥାନେର ଜଣେ ବ୍ୟବସାୟୀ ମନସୁଖ ହିରେଙ୍କ ହତ୍ୟା ମାମଲା ଗିରଫ ହେବାପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା ।

ସଚ୍ଚିନ ୱାଜେ, ପରମ ବୀର ସିଂହଙ୍କ ବିରୋଧରେ ବିଲଡର ତଥା ହୋଟେଲ ବ୍ୟବସାୟୀ ବିମଳ ଅଗ୍ରୱାଲ ନିର୍ଯ୍ୟାତନା ମାମଲା ରୁଜୁ କରାଯାଇଥିଲେ । ଯାହାକୁ ଶୁଣାଣିକୁ ନେଇ ଏବେ ସଚ୍ଚିନ ୱାଜେଙ୍କୁ ୬ ନଭେମ୍ବର ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ହେପାଜତରେ ରହିବାକୁ ପଡ଼ିବ ।

Get real time updates directly on you device, subscribe now.