fbpx

ଟିଆରପି ସ୍କାମରେ ରହିଛି ସଚିନ ୱାଜେଙ୍କ ହାତ: ନେଇଥିଲେ ୩୦ ଲକ୍ଷର ଲାଞ୍ଚ !

ଟେଲିଭିଜନ ରେଟିଂ ପଏଣ୍ଟ (TRP) ସ୍କାମରେ ରେ ମନି ଲଣ୍ଡରିଂ କେସରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ସସପେଣ୍ଡ ହୋଇଥିବା ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସଂପୃକ୍ତି ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସେ Broadcasting Audience Research Council (BARC) ଠାରୁ ଏହାର କୌଣସି ଅଧିକାରୀଙ୍କୁ ହଇରାଣ ନକରିବାକୁ ୩୦ ଲକ୍ଷର ଲାଞ୍ଚ ନେଇଥିଲେ ।
ଜଣେ BARC ଅଧିକାରୀ କିଭଳି ଏହି ଲାଞ୍ଚ କାରବାର ହୋଇଥଲା ସେ ବିଷୟରେ କହିଛନ୍ତି । ସେ କହିଛନ୍ତି BARC ଏହାର କିଛି ନିର୍ମାଣ ସମ୍ବନ୍ଧୀୟ କାମ କରିଥିଲା ଏବଂ କାମ ବାବଦ ସେହି ଟଙ୍କାକୁ ସେ ଏକ ବେନାମୀ କଂପାନୀର ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲା ।
BARC ହଂସା ଗ୍ରୁପ ସାହାଯ୍ୟରେ ନିର୍ଦ୍ଧିଷ୍ଟ ଘରମାନଙ୍କରେ ଟିଭିରେ ବାରୋମିଟର ଖଞ୍ଜିଥାଏ ଯାହାଦ୍ୱାରା ଟିଭି ଦେଖା ଶୈଳୀ ଏବଂ ରେଟିଙ୍ଗ ନିର୍ଦ୍ଧାରିତ ହୋଇଥାଏ । ହେଲେ ଏହି ଚୁକ୍ତି ଜୁଲାଇ ୩୦ ତାରିଖରେ ଶେଷ ହୋଇଥିଲା ।
BARC ଯେଉଁ ବେନାମୀ କଂପାନୀ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା ଏହାପରେ ସେହି ଆକାଉଣ୍ଟକୁ ଆଉ ୪ ଟି ବେନାମୀ କଂପାନୀ ଦ୍ୱାରା ସ୍ତରୀତ କରାଯାଇଥିଲା । ତାପରେ ଏହି ଟଙ୍କାକୁ ହୱାଲା ଅପରେଟରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ କାରଣ ଦର୍ଶାଇ ପଠାଯାଇଥିଲା । ଶେଷରେ ସମୁଦାୟ ଟଙ୍କାକୁ କ୍ୟାସ ଆକାରରେ BARC ପାଖକୁ ଫେରିଥିଲା । ତାହାପରେ ସେହି ଟଙ୍କାକୁ ୱାଜେଙ୍କର ଜଣେ ସହଯୋଗୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବା ନେଇ କୁହାଯାଇଥିଲା ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ BARC ଏବଂ ଏହାର ଉପରସ୍ଥ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି । ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏ ପର୍ଯ୍ୟନ୍ତ କ୍ରାଇମ ବାଞ୍ଚ କିମ୍ବା ୱାଜେଙ୍କ ସହ ଏ ନେଇ କୌଣସି ବି ପ୍ରଶ୍ନ କରିନାହିଁ ।
BARC ଏବଂ ହଂସା ଗ୍ରୁପ ଘର ମାନଙ୍କରେ ବାରୋମିଟର ଲଗାଇବା ନେଇ ଚୁକ୍ତି ହୋଇଥିଲା । ଗତ ବର୍ଷ ହଂସା ଏକ ମାମଲା ରୁଜୁ କରିଥିଲା କି ଏହାର କର୍ମଚାରୀ ଟିଆରପି ବଢାଇବା ପାଇଁ ବାରୋମିଟର ଲାଗିଥିବା ଘରେ ପଇସା ଦେଉଛନ୍ତି ।
ଏହି ମାମଲାକୁ ମୁମ୍ବାଇ ପୋଲିସ କମିସନର ପରମ ବୀର ସିଂହ, ସଚିନ ୱାଜେଙ୍କ ନେତୃତ୍ୱରେ CIU କୁ ହସ୍ତାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଇଡିରେ ମଧ୍ୟ ମୁମ୍ବାଇ ପୋଲିସର ଏଫଆଇଆର ଆଧାରରେ ଏକ ମନି ଲଣ୍ଡରିଂ ମାମଲା ରୁଜ ହୋଇଥିଲା ।
ସୂଚନା ଅନୁଯାୟୀ ମାମଲା ପରେ ୱାଜେ BARC ଏବଂ ଏଥିରେ ଜଡିତ ଥିବା ଅନ୍ୟ କଂପାନୀମାନଙ୍କୁ ତଦନ୍ତ ପାଇଁ ମୁମ୍ବାଇ ପୋଲିସ କମିସନରେଟ ହେଡକ୍ୱାର୍ଟରକୁ ଡକାଇଥିଲେ । ସଚିନ ୱାଜେ BARC ଅଧିକାରୀଙ୍କୁ ଅଫିସ ବହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ କହୁଥିଲେ, ଏଭଳିକି ସେମାନଙ୍କୁ ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରିବାକୁ କୁହନ୍ତି ଏବଂ ତାଙ୍କୁ ଅନ୍ୟ ଦିନ ଆସିବାକୁ ମଧ୍ୟ କହୁଥିଲେ ।
ସୂତ୍ରରୁ ଜଣାପଡିଛି କି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ କେସରେ ହୋଇଥିବା ଲାଞ୍ଚ କାରବାର ଏବଂ ସମସ୍ତ ଦସ୍ତାବିଜକୁ ଏକାଠି କରି ଏହି ମାମଲାରେ ଏକ ଚାର୍ଜ ସିଟ ଦାଖଲ କରିବାକୁ ଯାଉଛି ।
ନିକଟରେ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ Fakt Marathi, Box Cinema, Maha Cinema ଚ୍ୟାନେଲ ଠାରୁ ୩୨ କୋଟିର ସଂପତ୍ତି ବାଜ୍ୟାପ୍ତି କରିଛି । Box Cinema, Maha Cinema ବାରୋମିଟର ଲାଗିଥିବା ୫ ଟି ଘର ସାହାଯ୍ୟରେ ୨୫% ଟିଆରପି ଏବଂ Fakt Marathi ୧୨% ଟିଆରପି ବଢାଇଥିଲା । ଅଧୀକାରୀଙ୍କ କହିବା ଅନୁଯାୟୀ ଟିଆରପି କେତେ ଘରକୁ ନେଇ ନୁହେଁ, କେତେ ସମୟ ଚ୍ୟାନେଲ ଦେଖାଯାଉଛି ତାହା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ

Get real time updates directly on you device, subscribe now.