(video)ଅର୍ଦ୍ଧଶତକ ମାରି ପଡ଼ିଆରେ ଭାରତୀୟଙ୍କୁ ବନ୍ଧୁକ ଦେଖାଇଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନ, ଉଚିତ୍ ଶିକ୍ଷା ଦେଲେ ଶିବମ୍ ଦୁବେ, ଦେଖନ୍ତୁ ଭିଡ଼ିଓ
ପଡିଆରେ ପାକିସ୍ତାନ ଖେଳାଳିଙ୍କ ଗନ୍ ସେଲିବ୍ରେସନ୍।
ଓଡିଶାଭାସ୍କର: ଏସିଆ କପ୍ ୨୦୨୫ର ସୁପର -୪ ମ୍ୟାଚରେ ସୁପର୍ ସଣ୍ଡେରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିଥିଲା। ପ୍ରଥମେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ।
ଆଉ ବ୍ୟାଟିଂ କରିବାକୁ ପ୍ରଥମେ ପଡ଼ିଆକୁ ଆସିଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ। ପାକିସ୍ତାନର ଓପନର ସାହିବଜାଦା ଫରହାନ ଏକ ଭଳ ପାଳି ଖେଳିଥିଲେ। ଭାରତ ବିପକ୍ଷରେ ସାହିବଜାଦା ୫୮ ରନର ଇନିଂସ ଖେଳିଥିଲେ।
କିନ୍ତୁ ଏହାପରେ ସେ ବିବାଦ ଘେରକୁ ଟାଣି ହୋଇଯାଇଥିଲେ। ପ୍ରକୃତରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବା ପରେ ସାହିବଜାଦା ଯେଉଁଭଳି ଭାବରେ ଗନ୍ ସେଲିବ୍ରେସନ୍ କରିଥିଲେ ତାହା ବିବାଦ ସୃଷ୍ଟି କରିଥିଲା।
ଅର୍ଦ୍ଧଶତକ ହାସଲ କରିବା ପରେ ସାହିବଜାଦା ପଡ଼ିଆ ମଝିରେ ଗନ୍ ସେଲିବ୍ରେସନ୍ କରିଥିଲେ। ସେ ତାଙ୍କ ବ୍ୟାଟକୁ ଓଲଟାଇ ଠିକ୍ ବନ୍ଧୁକ ପରି ଧରି ଗୁଳି ଚଳାଇବାର ଆକ୍ସନ କରିଥିଲେ।
ଯାହାକି ଭାରତ ପାଇଁ ଇଙ୍ଗିତ ଥିଲା। ଆଉ ସେହି ମୁହୂର୍ତ୍ତରେ ସାହିବଜାଦାଙ୍କ ଏହି ଗନ୍ ସେଲିବ୍ରେସନ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଆଉ ସେଲିବ୍ରେସନ୍ ପରେ ସାହିବଜାଦାଙ୍କୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଶିବମ ଦୁବେଙ୍କଠାରୁ ଏକ କଡା ଜବାବ ମିଳିଥିଲା। ଆଉ ସାହିବଜାଦାଙ୍କ ଓ୍ୱିକେଟ୍ ଖସିଥିଲା।
Sahibzada Farhan hunting Rafale and Indian cricket team. pic.twitter.com/Qdo0RrZYWa
— Azlan (@azlanxz) September 21, 2025
ସାହିବଜାଦାଙ୍କୁ ଶିକ୍ଷା ଦେଲେ ଶିବମ୍ ଦୁବେ: ସାହିବଜାଦା ଫରହାନ ୩୪ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ, କିନ୍ତୁ ପରବର୍ତ୍ତୀ ୧୧ ବଲରେ ଗୋଟିଏ ମଧ୍ୟ ବାଉଣ୍ଡରୀ ମାରିପାରି ନଥିଲେ।
ଏହା ବ୍ୟତୀତ ଶିବମ୍ ଦୁବେ ଏକ ଚମତ୍କାର ସ୍ଲୋର୍ ଡେଲିଭରି ସାହାଯ୍ୟରେ ତାଙ୍କୁ ଆଉଟ୍ କରିଥିଲେ। ସାହିବଜାଦା ଦୁବେଙ୍କ ଡେଲିଭରିରେ ଏକ ଲମ୍ବା ଛକା ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ବ୍ୟାଟ୍ ତାଙ୍କ ହାତରୁ ଖସିଗଲା ଏବଂ କଭରରେ ଠିଆ ହୋଇଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ସହଜ କ୍ୟାଚ୍ ନେଇଥିଲେ।
ସାହିବଜାଦାଙ ଅର୍ଦ୍ଧଶତକ: ସାହିବଜାଦା ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଭାରତୀୟଙ୍କ ଟିକେ ଟିକେ ଭୁଲ୍ ପାଇଁ ସେ କେବଳ ଏହି ମାଇଲଖୁଣ୍ଟ ଛୁଇଁପାରିଲେ।
ଅଭିଷେକ ଶର୍ମା ସାହିବଜାଦାଙ୍କ ଉଭୟ କ୍ୟାଚ୍ ଛାଡ଼ି ଦେଇଥିଲେ। ସାହିବଜାଦା ୦ ରନ୍ ରେ ଥିବା ସମୟରେ ତାଙ୍କର ପ୍ରଥମ କ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଆସିଥିଲା, ଏବଂ ତା’ପରେ ଅଭିଷେକ ଶର୍ମା ବରୁଣ ଚକ୍ରବର୍ତ୍ତୀଙ୍କ ହାତରେ ଆଉ ଏକ କ୍ୟାଚ୍ ଛାଡ଼ିଥିଲେ।
ଶିବମ୍ ଦୁବେଙ୍କ ଭଲ ବୋଲିଂ: ଶିବମ୍ ଦୁବେ ମ୍ୟାଚ୍ରେ ଚମତ୍କାର ବୋଲିଂ କରିଥିଲେ। ଯେଉଁ ପିଚ୍ରେ ଜସପ୍ରିତ ବୁମରାହଙ୍କ ଭଳି ବୋଲରମାନେ ବିଫଳ ହୋଇଥିଲେ, ସେହି ପିଚ୍ରେ ଦୁବେ ତାଙ୍କ ବୋଲିଂରେ ଦର୍ଶକଙ୍କ ହୃଦୟ ଜିତିଥିଲେ।
ସେ ୪ ଓଭରରେ ୩୩ ରନ ଦେଇ ୨ ୱିକେଟ୍ ନେଇଥିଲେ। ସାହିବଜାଦାଙ୍କ ବ୍ୟତୀତ ସେ ସାମ୍ ଆୟୁବଙ୍କ ୱିକେଟ୍ ମଧ୍ୟ ନେଇଥିଲେ।