ପୁରୁଷ ପ୍ରଧାନ ଫିଲ୍ମରେ ନିଜର Scenesକୁ ନେଇ ଏପରି ଲଢିଲେ ସାଇ ପଲ୍ଲବୀ, ନିର୍ଦ୍ଦେଶକଙ୍କୁ କହିଲେ- ‘ମୋତେ ଲେଖିକି ଦିଅ..’

ନୂଆଦିଲ୍ଲୀ: ସାଉଥ ଆକ୍ଟ୍ରେସ ସାଇ ପଲ୍ଲଭୀ ସବୁ ପୁଅମାନଙ୍କ ହୃଦୟରେ ରାଜ କରନ୍ତି। ସେ ନିଜର ଅଭିନୟରେ ଦର୍ଶକଙ୍କ ହୃଦୟକୁ ଘାଇଲା କରନ୍ତି। ହେଲେ ସାଇ ପଲ୍ଲଭୀ ନିଜର ଅଭିନୟକୁ ନେଇ ବହୁତ ଚୟନାତ୍ମକ ବୋଲି କୁହାଯାଏ। ସେ ଦଶନ୍ଧି ଧରି ତାମିଲ, ମଲାୟଲମ ଏବଂ ତେଲୁଗୁ ସମେତ ଅନେକ ଭାଷାରେ ନିର୍ମିତ ଫିଲ୍ମରେ ଅଭିନୟ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କର ମାତ୍ର ୧୩ଟି ଫିଲ୍ମ ରିଲିଜ ହୋଇଛି। ତେବେ ତାଙ୍କର ଆଗାମୀ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ପେରିୟାସାମୀଙ୍କ ନିର୍ମିତ ‘ଅମରଣ’ରେ ସାଇ ନଜର ଆସିବେ।

ଏଥିରେ ଶିବକାର୍ତ୍ତିକେୟନ ମୁଖ୍ୟ ଭୂମିକାରେ ଲିଡ କରୁଛନ୍ତି। ସାଇ ପଲ୍ଲବୀ ଏକ ଇଣ୍ଟରଭ୍ୟୁ ଦେବା ସମୟରେ ଏହି ଫିଲ୍ମକୁ ନେଇ କିଛି ବ୍ୟକ୍ତିଗତ ମାମଲାର ଖୁଲାସା କରିଛନ୍ତି।
ଅଭିନେତ୍ରୀ ସାଇ ପଲ୍ଲବୀଙ୍କ କହିବାନୁସାରେ, ଅଧିକାଂଶ ସମୟରେ ବାୟୋପିକ ବା ପୁରୁଷ ପ୍ରଧାନ ଫିଲ୍ମରେ, ନିର୍ମାତାମାନେ ସହଜରେ ନାୟିକାଙ୍କ ସିନ୍ ବା ଦୃଶ୍ୟ କାଟିଦିଅନ୍ତି। ଏଥିପାଇଁ ମୁଁ ‘ଅମରଣ’ ଫିଲ୍ମର ନିର୍ଦ୍ଦେଶକ ରାଜକୁମାରଙ୍କୁ କହିଛି ଯେ, ମୋତେ ଲିଖିତ ଭାବେ ଜଣାନ୍ତୁ ଯେ, ଏପରି ଜିନିଷ ମୋ ସହ କରିବେନି। ସେ ମୋତେ ଆଶ୍ୱସନା ଦେଇଥିଲେ ଯେ, ମୋ ଭୂମିକା ଇନ୍ଦୁ ରବେିକା ଭର୍ଗିସଙ୍କର ସେତିକି ଗୁରୁତ୍ୱପୂର୍ଣ୍ଣ ଯେତିକି ମେଜର ମୁକୁନ୍ଦ ଭରଦାରଞ୍ଜନଙ୍କର ଅଟେ।

ଏହି ଫିଲ୍ମରେ ମେଜର ମୁକୁନ୍ଦ ଜଣେ ତାମିଲନାଡୁର ଭାରତୀୟ ସେନା ଅଫିସର, ଯାହାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେ ୨୦୧୪ରେ ସହିଦ ହୋଇଥିଲେ। ସେ ୨୦୦୯ ମସିହାରେ ଇନ୍ଦୁ ନାମକ ଜଣେ ମଲାୟଲୀ ଝିଅକୁ ବିବାହ କରିଥିଲେ। ତାଙ୍କର ୨୦୧୧ ମସିହାରେ ଏକ କନ୍ୟା ଶିଶୁ ଜନ୍ମ ହୋଇଥିଲା, ଯାହାର ନାମ ଆରର୍ସିଆ ଅଟେ। ‘ଅମରଣ’ ଫିଲ୍ମଟି ଏହି ସେନା ଅଫିସରଙ୍କ ଜିବନୀ ଉପରେ ପର୍ଯ୍ୟବସିତ। ଏହାକୁ ନେଇ ଏକ ବହି ଲେଖାଯାଇଥିଲା, ଯାହାର ନାମ ହେଉଛି, ଇଣ୍ଡିଆ ମୋଷ୍ଟ ଫିୟରଲେସ:ଟ୍ରୁ ଷ୍ଟୋରୀ ଅଫ ମଡର୍ଣ୍ଣ ମିଲିଟାରୀ। ଏହି ପୁସ୍ତକର ଲେଖକ ଶିବ ଆରୋର ଏବଂ ରାହୁଲ ସିଂହ ଅଟନ୍ତି।