ସୈଫ ଅଲ୍ଲୀ ଖାନ ଆକ୍ରମଣ ମାମଲା: ପୋଲିସକୁ ମିଳିଲା ଛୁରୀର ତୃତୀୟ ଖଣ୍ଡ, ଜାଣନ୍ତୁ କେମିତି

ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ବର୍ତ୍ତମାନ ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ଅଭିନେତାଙ୍କୁ ଯେଉଁ ଛୁରୀରେ ଆକ୍ରମଣ କରାଯାଇଥିଲା ତାର ତୃତୀୟ ଖଣ୍ଡ ବର୍ତ୍ତମାନ ପୋଲିସକୁ ମିଳିଛି।

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ହୋଇଥିବା ମାମଲାରେ ମୁମ୍ବାଇ ପୋଲିସକୁ ଆଉ ଏକ ପ୍ରମାଣ ମିଳିଛି। ସୈଫଙ୍କୁ ଯେଉଁ ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିଲା, ତାର ତୃତୀୟ ଖଣ୍ଡ ପୋଲିସକୁ ମିଳିଛି।

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ମହମ୍ମଦ ଶହଜାଦ ବାନ୍ଦ୍ରା ଲେକ୍ ପାଖରେ ଯେଉଁ ଛୁରୀର ଖଣ୍ଡ ପକାଇଥିଲା, ତାକୁ ବର୍ତ୍ତମାନ ମୁମ୍ବାଇ ପୋଲିସ ଜବତ କରିଛି।
ପୋଲିସ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ପରେ ଛୁରୀର ତୃତୀୟ ଖଣ୍ଡ ପାଇଛି। ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ କରୁଛି।

ଅଭିଯୁକ୍ତ ଫୋପାଡି ଥିଲା ଏଠାରେ ଛୁରୀର ତୃତୀୟ ଖଣ୍ଡ: ଅଭିଯୁକ୍ତ ମହମ୍ମଦ ଶହଜାଦ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣରେ ବ୍ୟବହାର କରିଥିବା ଛୁରୀର ଏକ ଅଂଶ ବାନ୍ଦ୍ରା ଲେକ୍ ପାଖରେ ଫୋପାଡି ଦେଇଥିଲା।

ଏଥିପାଇଁ ପୋଲିସ ଟିମ ଅଭିଯୁକ୍ତଙ୍କୁ ବନ୍ଦ୍ରାର ସେହି ଅଞ୍ଚଳକୁ ନେଇଥିଲେ। ପୋଲିସ ଟିମ ଅଭିଯୁକ୍ତ ସହ ହାରାହାରି ଦେଢ ଘଣ୍ଟା ପର୍ଯ୍ୟନ୍ତ ସେ ସ୍ଥାନରେ ତଦନ୍ତ କରିଥିଲା।