fbpx

ପିଲାଙ୍କ ଆଡ଼ମିଶନ ସୈନିକ ସ୍କୁଲରେ କରିବାକୁ ଚାହୁଁଛନ୍ତି କି,ଏହି ଦିନ ହେବ ପରୀକ୍ଷା;ଜାଣନ୍ତୁ କେଉଁ ଡକୁମେଣ୍ଟ ଆବଶ୍ୟକ

ନୂଆଦିଲ୍ଲୀ: ଯେତେ ବେଳେ ପିଲାମାନଙ୍କ ଶିକ୍ଷା କଥା ଆସେ ମୁଖ୍ୟତଃ ପିତାମାତା ଚାହାନ୍ତି ତାଙ୍କୁ ଉତ୍ତମ ଶିକ୍ଷା ମିଳୁ । ଏଥିପାଇଁ ସେମାନେ ସବୁ ବେଳେ ଚିନ୍ତା କରନ୍ତି । କେବଳ ସ୍କୁଲ ନୁହେଁ ଏହା ପାଇଁ ପରିବେଶ, ଟଙ୍କା , ପାଠପଢ଼ା ସବୁ ଉପରେ ଧ୍ୟାନ ଦିଆଯାଏ । କିନ୍ତୁ ଆମେ ଆପଣଙ୍କ ନିକଟରେ ଏକ ଏହି ଭଳି ସ୍କୁଲ କଥା କହିବୁ ଯେଉଁଠାରେ ଆପଣଙ୍କ ପିଲା ପାଠ ପଢ଼ିଲେ ଆପଣଙ୍କୁ ସବୁ ସୁବିଧା ମିଳିପାରିବ ।

ତେବେ ଆମେ ଆପଣଙ୍କୁ ସୈନିକ ସ୍କୁଲକୁ କଥା କହୁଛୁ । ସୈନିକ ସ୍କୁଲରେ ୬ ଏବଂ ୯ମ ଶ୍ରେଣୀ ପାଇଁ ପରୀକ୍ଷା ଜାନୁୟାରୀ ୮, ୨୦୨୩ ରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସୈନିକ ସ୍କୁଲରେ ଦାଖିଲା ନେବାକୁ ହେଲେ ଏହା ପାଇଁ ବିଭିନ୍ନ ସର୍ତ୍ତ ରହିଛି ।

୬ ଶ୍ରେଣୀରେ ଆଡମିଶନ ପାଇଁ ଛାତ୍ରଙ୍କ ବୟସ ୧୦ ରୁ ୧୨ ବର୍ଷ ହୋଇଥିବାବେଳେ ୯ମ ଶ୍ରେଣୀରେ ଆଡମିଶନ ପାଇଁ ବୟସ ସୀମା ୧୩ ରୁ ୧୫ ବର୍ଷ ମଧ୍ୟରେ ରଖାଯାଇଛି । ସୈନିକ ବିଦ୍ୟାଳୟରେ ଆଡମିଶନ ପିଲାମାନଙ୍କର କାର୍ଯ୍ୟଦକ୍ଷତା ଏବଂ ଡାକ୍ତରୀ ଫିଟନେସ୍ ଆଧାରରେ କରାଯାଇଥାଏ ।ପୂର୍ବରୁ କେବଳ ପୁଅମାନେ ସୈନିକ ସ୍କୁଲରେ ଆଡମିଶନ କରୁଥିଲେ କିନ୍ତୁ ବର୍ତ୍ତମାନ ଝିଅମାନେ ମଧ୍ୟ ଆଡମିଶନ କରିପାରୁଛନ୍ତି । ଷଷ୍ଠ ଶ୍ରେଣୀରେ ଆଡମିଶନ ପାଇଁ ଛାତ୍ରଛାତ୍ରୀ ୫ ମ ପାସ୍ ହେବା ଉଚିତ୍ । ଅନ୍ୟପକ୍ଷରେ, ଶ୍ରେଣୀ ୯ମ ରେ ଆଡମିଶନ ପାଇଁ ଛାତ୍ରଛାତ୍ରୀ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ଅଷ୍ଟମ ପାସ୍ କରିଥିବା ଜରୁରୀ।

ଏଥର ପ୍ରବେଶିକା ପରୀକ୍ଷା ୮ଜାନୁଆରୀ ୨୦୨୩ ରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀମାନେ ପ୍ରବେଶ ଫର୍ମ ପୂରଣ କରିବା ସମୟରେ ପ୍ରବେଶ କରିଥିବା ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ସମାନ ନମ୍ବରରେ ସମସ୍ତ ଅଦ୍ୟତନ ପାଇବ । ଏଥର ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୪୦୦ ଟଙ୍କା, ଜେନେରାଲ ଏବଂ ଓବିସି ବର୍ଗ ପାଇଁ ୫୫୦ ଟଙ୍କା ଥିଲା।

Get real time updates directly on you device, subscribe now.