fbpx

ଜନ୍ମ ଦିନରେ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି: ସୈନିକ ସ୍କୁଲକୁ ନାମିତ କଲେ ଦିଲ୍ଳୀ ସରକାର

ନୂଆଦିଲ୍ଳୀ: ସ୍ୱାଧିନତା ସଂଗ୍ରାମୀ ସହିଦ-ଇ-ଅଜମ ଭଗତ ସିଂ,ରାଜଗୁରୁ ଏବଂ ଶୁକଦେବଙ୍କୁ ମୃତ୍ୟୁ ବାର୍ଷିକ ଦିବସ ଅବସରରେ ମାର୍ଚ୍ଚ ୨୩ରେ ଏକ ଅନଲାଇନ ସଭାରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜରିୱାଲ ଯୋଗଦେଇଥିଲେ । ଏହି ସଭାରେ ସେ ଘୋଷଣା କରିଛନ୍ତି ଯେ ଆଗକୁ ଦିଲ୍ଲୀରେ ପ୍ରତିଷ୍ଠା ହେବାକୁ ଥିବା ସୈନିକ ବିଦ୍ୟାଳୟର ନାମ ସ୍ୱାଧିନତା ସଂଗ୍ରାମୀ ଭଗତ ସିଂଙ୍ଗଙ୍କ ନାମରେ ନାମିତ ହେବ । ଏହି ବିଦ୍ୟାଳୟ କେମପ୍ସ ୧୪ ଏକର ବିଶିଷ୍ଟ ହେବ । ଏହି ବିଦ୍ୟାଳୟରେ ଘରୋଇ ବିଦ୍ୟାଳୟ ପରି ଉନ୍ନତମାନର ହେବା ସହ ନବମ ଏବଂ ଦ୍ୱାଦଶ କ୍ଲାସରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ ।

ପ୍ରତି କ୍ଲାସରେ ୧୦୦ ଜଣ ପିଲାଙ୍କ ପାଠପଢା ବ୍ୟବସ୍ଥା ରହିଛି । ପାଠପଢା ପାଇଁ ପିଲାଙ୍କୁ ଟଙ୍କା ବାନ୍ଧିବାକୁ ପଡିବ ନାହିଁ, ବିନା ମୂଲ୍ୟରେ ଶିକ୍ଷା ପ୍ରଦାନ କରାଯିବ ।ବର୍ତ୍ତମାନ ପ୍ରାୟ ୧୮୦୦୦ ଜଣ ପିଲା ୨୦୦ଟି ସିଟ ବାବଦରେ ବିଦ୍ୟାଳୟରେ ନାମଲେଖେଇବା ପାଇଁ ଆବେଦନ କରିଛନ୍ତି । ତେବେ ପିଲାଙ୍କୁ ଏକ ଅପଟିଟୁଡ ପରୀକ୍ଷା ଦେବାକୁ ପଡିବ ଯାହା ଆସନ୍ତା ମାର୍ଚ୍ଚ ୨୭ରେ ୨୮ରେ ହେବ

Get real time updates directly on you device, subscribe now.