ନୂଆଦିଲ୍ଲୀ: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଦକ୍ଷତା ପରୀକ୍ଷା ୨ରେ ଉତ୍ତୀର୍ଣ୍ଣ କରିଥିବା ଶିକ୍ଷକଙ୍କ ପାଇଁ କାଉନସେଲିଂ ସିଡ୍ୟୁଲ ଜାରି କରିଛି । ସିଡ୍ୟୁଲର କାର୍ଯ୍ୟସୂଚୀ ଅନୁଯାୟୀ କାଉନସେଲିଂ ପ୍ରକ୍ରିୟା ଚଳିତ ବର୍ଷ ୩୦ ଡିସେମ୍ବରରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅଧିକ ସୂଚନା ପାଁଇ ଅଫିସିଆଲ ୱେବସାଇଟକୁ ଫଲୋ କରିପାରିବେ ।
ହାଇସ୍କୁଲ ଏବଂ ଦ୍ୱାଦଶ ଶ୍ରେଣୀରେ ଶିକ୍ଷକ ଏବଂ ଲାଇବ୍ରେରିଆନ୍ ପାଇଁ ୩୦ ଡିସେମ୍ବରକୁ କାଉନସେଲିଂ ହେବ । ସେହିଭଳି ଉର୍ଦ୍ଦୁ, ବଙ୍ଗଳା ଏବଂ ପିଟି ଶିକ୍ଷକଙ୍କ ପାଇଁ ୩୧ ଡିସେମ୍ବରରେ କାଉନସେଲିଂ ହେବ । ଜାନୁଆରୀ ୨ରେ ସ୍ନାତକ କ୍ୟାଟେଗୋରୀରେ ସମସ୍ତ ବିଷୟ ପାଇଁ ଶିକ୍ଷକଙ୍କ କାଉନସେଲିଂ ତାରିଖ ନିର୍ଦ୍ଧାରିତ କରାଯାଇଛି । ସେହିପରି ଜାନୁଆରୀ ୩ରେ ବେସିକ୍ କ୍ୟାଟେଗୋରୀରେ ସାଧାରଣ ଶିକ୍ଷକଙ୍କ କାଉନସେଲିଂ ଆରମ୍ଭ ହେବ ଏବଂ ଏହି ପ୍ରକ୍ରିୟା ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସମସ୍ତ ଶିକ୍ଷକମାନେ କେବଳ ନିର୍ଦ୍ଦେିଷ୍ଟ ତିଥିରେ ହିଁ କାଉନସେଲିଂ ପ୍ରକ୍ରିଆରେ ଅଂଶଗ୍ରହଣ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।