fbpx

ଚଳିତ ବର୍ଷ କେତେ ବଢ଼ିବ ଆପଣଙ୍କ ଦରମା ? ଏହି ରିପୋର୍ଟରେ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶ ଓ ଦୁନିଆରେ ନୂଆ ବର୍ଷ ୨୦୨୩ ଆରମ୍ଭ ହୋଇଛି ଓ ବର୍ଷର ୨ ସପ୍ତାହ ମଧ୍ୟ ବିତି ସାରିଛି । ଭାରତୀୟ ଲୋକଙ୍କ ପାଇଁ ଚଳିତ ବର୍ଷ କିଛି ଖାସ୍ ହେବାକୁ ଯାଉଛି । ଏକ ସର୍ଭେ ରିପୋର୍ଟ ଅନୁସାରେ, ଏବର୍ଷ ଭାରତୀୟଙ୍କ ଆୟରେ ଯଥେଷ୍ଟ ଅଭିବୃଦ୍ଧି ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ସର୍ଭେ ରିପୋର୍ଟରେ କ’ଣ ବିଶେଷ ଅଛି ଜାଣନ୍ତୁ …

ଦରମା ୯.୮ ପ୍ରତିଶତ ବୃଦ୍ଧି ପାଇବ :-
ଭାରତ ଉପରେ କର୍ଣ୍ଣ ଫେରିର କରାଯାଇଥିବା ସର୍ଭେ ଅନୁସାରେ, ୨୦୨୩ ବର୍ଷରେ ଦେଶରେ ହାରାହାରି ଦରମା ୯.୮ ପ୍ରତିଶତ ବୃଦ୍ଧି ହୋଇପାରେ । ଗତ ବର୍ଷ ୨୦୨୨ ରେ ୯.୪ ପ୍ରତିଶତ ବୃଦ୍ଧି ଘଟିଥିଲା । ଏଥର ଏହା ଟିକିଏ ଅଧିକ ହେବ ବୋଲି ଆଶା କରାଯାଉଛି ।

ସର୍ଭେ କଣ ?
ଏହି ସର୍ଭେରେ ଦେଶର ୮୧୮ କମ୍ପାନୀ ଏବଂ ସଂଗଠନ ସାମିଲ କରାଯାଇଛି । ଏହି ସର୍ଭେରେ ଦର୍ଶାଯାଇଛି ଯେ, ଭାରତରେ କାର୍ଯ୍ୟ କରୁଥିବା ସଂଗଠନ ଏବଂ କମ୍ପାନୀଗୁଡିକ ବିଭିନ୍ନ ପଦକ୍ଷେପ ଏବଂ କ୍ଷତିପୂରଣ ଯୋଜନା ମାଧ୍ୟମରେ ବଜାରରେ ନିଜର ପ୍ରତିଭା ବଜାୟ ରଖିଛନ୍ତି । ୨୦୨୩ ମସିହାରେ ସେମାନଙ୍କ ବେତନରେ ୯.୮ ପ୍ରତିଶତ ବୃଦ୍ଧି ସ୍ଥିର ହୋଇଛି ।

କରୋନାରେ ବଢ଼ିନଥିଲା କାହାର ଦରମା :-
୨୦୨୦ ମସିହାରେ ଦେଶ କରୋନା ମହାମାରୀ ଦ୍ୱାରା ବହୁ ପ୍ରଭାବିତ ହୋଇଥିଲା । ଚଳିତ ବର୍ଷ ଦରମା ବୃଦ୍ଧି ୬.୮ ପ୍ରତିଶତରୁ ବହୁତ କମ୍ ଥିଲା । କିନ୍ତୁ ୨୦୨୩ ରେ କରୋନା ପ୍ରଭାବ ବହୁତ କମ୍ ରହୁଛି । ତେଣୁ ଚଳିତ ବର୍ଷ ଏକ ସ୍ଥାୟୀ ଭବିଷ୍ୟତ ପାଇଁ କମ୍ପାନୀ ସେମାନଙ୍କ ବେତନ ବୃଦ୍ଧି କରି କର୍ମଚାରୀଙ୍କ ମନୋବଳ ବୃଦ୍ଧି ଉପରେ ଧ୍ୟାନ ଦେବ । ଏହି ସର୍ବେକ୍ଷଣରେ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ସେବା ଏବଂ ଉଚ୍ଚ ବୈଷୟିକ କ୍ଷେତ୍ରରେ ଯଥାକ୍ରମେ ୧୦.୨ ପ୍ରତିଶତ ଏବଂ ୧୦.୪ ପ୍ରତିଶତ ବୃଦ୍ଧିର ଅନୁମାନ କରାଯାଇଛି ।

ବିଶ୍ୱବ୍ୟାପୀ ଆର୍ଥିକ ଅବନତି :-
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ଣ୍ଣ ଫେରିର ଅଧ୍ୟକ୍ଷ ତଥା ଆଞ୍ଚଳିକ ପରିଚାଳନା ନିର୍ଦ୍ଦେଶକ ନବନୀତ ସିଂ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ବିମୁଦ୍ରାକରଣ ଏବଂ ଅର୍ଥନୈତିକ ମନ୍ଥରତା କଥା ଚର୍ଚ୍ଚା ହେଉଛି । କିନ୍ତୁ ଭାରତୀୟ ଅର୍ଥନୀତିରେ ଜିଡିପି ଅଭିବୃଦ୍ଧି ୬% ହେବ ବୋଲି ପୂର୍ବାନୁମାନ କରାଯାଇଛି । ଦେଶର ଶୀର୍ଷ କମ୍ପାନୀଗୁଡିକରେ କର୍ମଚାରୀଙ୍କ ବେତନ ବୃଦ୍ଧି ୧୫ ପ୍ରତିଶତରୁ ୩୦ ପ୍ରତିଶତ ମଧ୍ୟରେ ରହିପାରେ । ଏଥିରେ ସର୍ଭିସ ସେକ୍ଟର (୯.୮ ପ୍ରତିଶତ), ଅଟୋମୋବାଇଲ୍ (୯ ପ୍ରତିଶତ), ରାସାୟନିକ (୯.୬ ପ୍ରତିଶତ), ଉପଭୋକ୍ତା ସାମଗ୍ରୀ (୯.୮ ପ୍ରତିଶତ) ଏବଂ ଖୁଚୁରା (୯ ପ୍ରତିଶତ) ଭଳି କ୍ଷେତ୍ର ପାଇଁ ଦରମା ବୃଦ୍ଧି କରାଯିବାର ଆକଳନ କରାଯାଇଛି ।

Get real time updates directly on you device, subscribe now.