fbpx
BSKY SKY
BSKY SKY

୧୯ ପରେ ପୁଣି କରୋନା ଟିକାକରଣ: ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସୂଚନା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି ଉପଲବ୍ଧ ହେବ ଟିକା । କୋଭିଡ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମରେ କୋଭିସିଲ୍ଡ ଟିକା ଉପଲବ୍ଧ ହେବ । ଯେଉଁମାନଙ୍କର ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଛି, ସେମାନେ ଟିକା ନେଇପାରିବେ । ଏନେଇ ଟ୍ୱିଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ସାରା ରାଜ୍ୟରେ ଉପଲବ୍ଧ ହେବ ଟିକା । ଚିହ୍ନଟ DHH, SDH, CHC ଓ PHCରେ ମିଳିବ ଟିକା । ଜାତୀୟ ଭ୍ୟାକ୍ସିନେସନ ପ୍ରୋଗ୍ରାମରେ ଟିକା ଦିଆଯିବ ବୋଲିଂ କୁହାଯାଇଛି ।

Get real time updates directly on you device, subscribe now.