OIL India Limited ଦେଉଛି ବଢ଼ିଆ ଚାକିରି: ଦରମା ୨୫ ହଜାର ଉପରେ, ୧୦ମ, ଦ୍ୱାଦଶ ପାସ୍ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଏଲ ଇଣ୍ଡିଆ ଲିମିଟେଡ (ଓଆଇଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୱାର୍କସପର୍ସନ ଗ୍ରେଡ ୩, ୪ ଓ ୭ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତ, ବୟସ ଯୋଗ୍ୟତା, ଦରମା ଆଦି ସମ୍ପର୍କରେ ସବିଶେଷ ତଥ୍ୟ ପାଇ ପାରିବେ ।

ମାର୍ଚ୍ଚ ମାସ ୨୮ ତାରିଖରୁ ଏପ୍ରିଲ ମାସ ୨୫ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ସମସ୍ତ ପଦ ପାଇଁ ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରହିଥିବା ବେଳେ ଗ୍ରେଡ- ୩ ଓ ୭ ପାଇଁ ସର୍ବାଧିକ ବୟସ ୩୦ ବର୍ଷ ଏବଂ ଗ୍ରେଡ-୩ ପାଇଁ ୩୩ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଗ୍ରେଡ-୩ ପାଇଁ ୧୩୪ଟି ପଦ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଦଶମ ଓ ଦ୍ୱାଦଶ ରହିଛି । ସେହିପରି ଗ୍ରେଡ-୫ ପାଇଁ ୪୩ଟି ପଦ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଦଶମ ଓ ବି.ଏସସି ରହିଛି । ଗ୍ରେଡ-୭ ପାଇଁ ୧୦ଟି ପଦ ରହିଥିବା ବେଳେ ପ୍ରାର୍ଥୀ ଇସିଇ / ଇନଷ୍ଟ୍ରୁମେସନ / ଟେଲିକମ୍ୟୁନିକେସନ / ସିଭିଲ / ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://www.oil-india.com/Current_openNew.aspx

ନୋଟିଫିକେସନ ଲିଙ୍କ: https://www.oil-india.com/Document/Career/advt_27032023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.oil-india.com/