fbpx

ମଞ୍ଚରେ ସଲମାନ କହିଲେ ମୋତେ ଦିଦିଙ୍କୁ ଦେଖି ଇର୍ଷା ଲାଗୁଛି, ଜାଣନ୍ତୁ କାହିଁକି ଏପରି କହିଲେ ସଲ୍ଲୁ

କୋଲକାତା: ସୁପରଷ୍ଟାର ସଲମାନ୍ ଖାନ୍ ମଙ୍ଗଳବାର କହିଛନ୍ତି କି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ଏହାଦ୍ୱାରା ଜଣାପଡୁଛି କି ଲୋକଙ୍କୁ ରହିବା ଲାଗି ଅଧିକ କିଛି ଜିନିଷର ଆବଶ୍ୟକତା ନାହିଁ । ଏଠାରେ କୋଲକାତା ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବର ଉଦଘାଟନ ସମାରୋହରେ ସମ୍ବୋଧିତ କରିବା ଅବସରରେ ସ୍ମରଣ କରିଛନ୍ତି କି ସେ ସହରରେ ନିଜର ଶେଷ ଯାତ୍ରା ସମୟରେ କାଳିଘାଟ ଅଞ୍ଚଳରେ ମମତା ବାନାର୍ଜୀଙ୍କ ଘରକୁ ଯାଇଥିଲେ । ସଲମାନ୍ କହିଛନ୍ତି ଯେତେବେଳେ ମୋତେ ଦିଦି ଘରକୁ ଡାକିଥିଲେ ସେତେବେଳେ ମୋର ଗୋଟିଏ କଥା ଦେଖିବାର ଥିଲା କି ସତରେ କ’ଣ ମମତା ବାନାର୍ଜୀଙ୍କ ଘର ବହୁତ ଛୋଟ । ଦିଦିଙ୍କ ଘର କ’ଣ ତାଙ୍କ ଘର ଠାରୁ ବି ଛୋଟ ।

ସଲମାନ କହିଥିଲେ ତାଙ୍କ ଘରକୁ ଏକଦା ଯେତେବେଳେ ଶତ୍ରୁଘ୍ନ ସିହ୍ନା ଆସିଥିଲେ ତାଙ୍କୁ ବସିବାକୁ ଠିକ୍ ଯାଗା ମିଳି ନ ଥିଲା । ତାଙ୍କର କେବଳ ଗୋଟିଏ ବୈଠକ ଘର୍‌, ଏକ ଛୋଟ ରୋଷେଇ ଘର ଓ ଏକ ବେଡ୍‌ରୁମ୍ ଥିଲା । କିନ୍ତୁ ଦିଦିଙ୍କ ଘର ଦେଖିବା ପରେ ମୋତେ ତାଙ୍କୁ ଇର୍ଷା ହୋଇଥିଲା ବୋଲି ସଲମାନ କହିଛନ୍ତି । କାରଣ ତାଙ୍କ ଘର ମୋ ଘର ଠାରୁ ବି ଛୋଟ ଥିଲା । ସେ କହିଛନ୍ତି ଜଣେ ମୁଖ୍ୟମନ୍ତ୍ରୀ କିପରି ଏତେ ଛୋଟ ଘରେ ରହିପାରନ୍ତି । ମଞ୍ଚରେ ସଲମାନ ମମତାଙ୍କ ଆଡକୁ ଇସାରା କରି କହିଥିଲେ, ଏହା ଦେଖାଉଛି କି ଲୋକମାନେ କ୍ଷମତାରେ ଥାଇ ବି କେତେ ସରଳ ଜୀବନଯାପନ କରୁଛନ୍ତି । ଏହି ସମୟରେ ମଞ୍ଚରେ ଶତ୍ରୁଘ୍ନ ସିହ୍ନା ଓ ଅନୀଲ କପୁର ବି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.