fbpx

କୌଣସି ଫିଲ୍ମ ପାଇଁ କାଷ୍ଟିଙ୍ଗ କରୁନାହାନ୍ତି ସଲମାନ ଖାନ, ତାଙ୍କ ନାମକୁ ଅପବ୍ୟବହାର କରୁଥିବା ଲୋକଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ସଲମାନ ଖାନ ବହୁ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଜନସାଧାରଣଙ୍କ ମନୋରଞ୍ଜନ କରୁଛନ୍ତି। ଅଭିନେତା ହୁଏତ ୫୫ ଅତିକ୍ରମ କରିଥିବେ କିନ୍ତୁ ତାଙ୍କର ସ୍ୱାଗ ଅକ୍ଷୁର୍ଣ୍ଣ ଅଛି। ସେ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ଯାହାକୁ ପ୍ରଶଂସକମାନେ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଏହି ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ ପଠାନରେ ଏକ କ୍ୟାମୋ ରୋଲ୍ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ ‘କିସି କା ଭାଇ କିସି କି ଜାନ’ ଫିଲ୍ମରେ ଅଭିନୟ କରିଥିଲେ, ଯଦିଓ ଏହି ଫିଲ୍ମ ବକ୍ସ ଅଫିସରେ ଭଲ କାମ କରିନଥିଲା। ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଟାଇଗର ପାଇଁ ହେଡଲାଇନରେ ଅଛନ୍ତି। ନିକଟରେ ଫିଲ୍ମରେ କାଷ୍ଟିଂ କାଉଚକୁ ନେଇ ଅଭିନେତା ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ସଲମାନ ଖାନ ସ୍ପଷ୍ଟ କରିଛନ୍ତି ଯେ, ସେ କିମ୍ବା ତାଙ୍କ ପ୍ରଡକ୍ସନ୍ କମ୍ପାନୀ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରୁନାହାଁନ୍ତି। ସଲମାନ ଖାନ ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି, ‘ସଲମାନ ଖାନ କିମ୍ବା ସଲମାନ ଖାନ ଫିଲ୍ମ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କାଉଚ କରୁନାହାଁନ୍ତି। ଭବିଷ୍ୟତର କୌଣସି ଫିଲ୍ମ ପାଇଁ ଆମେ କାଷ୍ଟିଂ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇନାହୁଁ। ଦୟାକରି, ଯଦି ଆପଣ କାଷ୍ଟିଂ ସହିତ ଜଡିତ କୌଣସି ମେଲ୍ କିମ୍ବା ବାର୍ତ୍ତା ପାଆନ୍ତି, ତେବେ ଆପଣ ଏଥିରେ ବିଶ୍ଵାସ କରନ୍ତୁ ନାହିଁ।

ଏହି ପୋଷ୍ଟରେ ଆହୁରି ଲେଖାଯାଇଛି, ‘ଯଦି ସଲମାନ ଖାନ ଏବଂ ସଲମାନ ଖାନଙ୍କ ନାମକୁ ଭୁଲ ଉପାୟରେ ବ୍ୟବହାର କରୁଥିବା ଦେଖିବାକୁ ମିଳେ, ତା’ହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ୨୦୨୦ ପୂର୍ବରୁ ମଧ୍ୟ ଗୁଜବ ଥିଲା ଯେ, ସଲମାନ ଖାନ ତାଙ୍କ ଚଳଚ୍ଚିତ୍ର ପାଇଁ କାଷ୍ଟ କରୁଛନ୍ତି ଏବଂ କାଷ୍ଟିଂ ଏଜେଣ୍ଟ ନିଯୁକ୍ତ କରିଛନ୍ତି। ସେତେବେଳେ ସଲମାନ ଖାନ ମଧ୍ୟ ଏହି ସବୁ ଖବରକୁ ଗୁଜବ ବୋଲି କହିଥିଲେ। ସଲମାନ କହିଥିଲେ ଯେ, ଏଭଳି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।

Get real time updates directly on you device, subscribe now.