ମୁମ୍ୱାଇ: ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ପ୍ରତିଥର ଭଳି ଏଥର ମଧ୍ୟ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏହି ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଛି । ଫୋନ୍ କରିଥିବା ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେ ଲରେନ୍ସ ବିଷ୍ଣୋଇଙ୍କ ଭାଇ । ଏହି ଧମକପୂର୍ଣ୍ଣ ମେସେଜରେ ସଲମାନ ଖାନଙ୍କୁ ୫ କୋଟି ଟଙ୍କା ଦାବି କରାଯାଇଛି ।
ମୁମ୍ବାଇ ପୋଲିସ କହିଛି, ଅଭିନେତା ସଲମାନ ଖାନଙ୍କୁ ଧମକ ମିଳିବା ପରେ ଓର୍ଲି ପୋଲିସ ଷ୍ଟେସନରେ ଏହି ମାମଲାଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯେଉଁ ନମ୍ବରରୁ ଏହି ମେସେଜ୍ ଆସିଛି, ତାକୁ ଠାବ କରାଯାଉଛି ।