fbpx

Big Breaking: ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ!

Advertisement

ଭୁବନେଶ୍ୱର: ସାଲୁଗା ପ୍ରଧାନ ହେବେ ଉପବାଚସ୍ପତି ପ୍ରାର୍ଥୀ । ଜି.ଉଦୟଗିରିର ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ । ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ। ୨୦୦୦ରୁ ୨୦୦୪ ଓ୨୦୧୯ରୁ ସେ ସେଠାରେ ବିଧାୟକ ଅଛନ୍ତି। ତେବେ ବର୍ତ୍ତମାନ ସେ ଉପବାଚସ୍ପତି ପାଇଁ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି।

ନାମାଙ୍କନ ଦାଖଲ ପରେ ସାଲୁଗା ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶାସକ ଓ ବିରୋଧୀ ଦଳର ମତାମତକୁ ମୁଁ ସମ୍ମାନ ଦେବି । ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବି । ଏହା ବ୍ୟତୀତ ସେ ବିଜେଡି ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚାକୁ ଖଣ୍ଡନ କରି କହିଛନ୍ତି ଯେ, ମୁଁ ଦୁଇ ଥରର ବିଧାୟକ, ମୋର ଯୋଗ୍ୟତା ଅଛି ।

ଆସନ୍ତା କାଲି ହେବ ବିଧାନସଭା ଉପ ବାଚସ୍ପତି ନିର୍ବାଚନ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଏବେ ଖାଲି ପଡିଛି ଉପବାଚସ୍ପତି ପଦ । ତେଣୁ ଆସନ୍ତା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଆୟୋଜିତ ହେବ ।

Get real time updates directly on you device, subscribe now.