fbpx

‘ପ୍ରେମ ତ୍ଯାଗ ଅଟେ..’, ନାଗା ଚୈତନ୍ୟଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କ ଦୁଃଖଭରା ପୋଷ୍ଟ

ନୂଆଦିଲ୍ଲୀ: ସାମନ୍ଥା ରୁଥ ପ୍ରଭୁ ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି। ଚଳଚ୍ଚିତ୍ର ବ୍ୟତୀତ ସେ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏକ୍ସ ହଜବ୍ୟାଣ୍ଡ ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କ ଓଜନ ହ୍ରାସ ଏବଂ ଦୁଃଖିତ ଚେହେରାକୁ ଦେଖି ପ୍ରଶଂସକମାନେ ତାଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରି ଦେଇଛନ୍ତି, ଯାହା ପରେ ସାମନ୍ତଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛିି। ନାଗା ଚୈତନ୍ୟଙ୍କ ନିର୍ବନ୍ଧର ୧୬ ଦିନ ପରେ ସାମନ୍ଥା ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି, ଯାହା ପରେ ପୁଣିଥରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ଚିନ୍ତା କରିବା ଦେଖାଦେଇଛି।

ସାମନ୍ଥା ରୁଥ ପ୍ରଭୁ ଇନଷ୍ଟାଗ୍ରାମରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଛଛନ୍ତି ଯେ, ପ୍ରେମ ହେଉଛି ତ୍ଯାଗ। ଅଭିନେତ୍ରୀଙ୍କ ଏହି ପୋଷ୍ଟ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ସାମନ୍ଥାଙ୍କର ଏହି ପୋଷ୍ଟକୁ ଦେଖି ତାଙ୍କର ଅନେକ ପ୍ରଶଂସକ ଅନୁମାନ କରୁଛନ୍ତି ଯେ, ନାଗା ଚୈତନ୍ୟଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ସେ ମଧ୍ୟ ଭାଙ୍ଗି ପଡ଼ିଛନ୍ତି ଏବଂ ଏକାକୀ ସହ ସଂଘର୍ଷ କରୁଛନ୍ତି। ନାଗା ଚୈତନ୍ୟଙ୍କ ନିର୍ବନ୍ଧର ୧୬ ଦିନ ପରେ ସାମନ୍ଥାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା କ୍ରିପ୍ଟିକ୍ ପୋଷ୍ଟରେ ଅଭିନେତ୍ରୀଙ୍କ ଯନ୍ତ୍ରଣା ସ୍ପଷ୍ଟ ଦେଖିବାକୁ ମିଳିଛି। ଅନ୍ୟ ଏକ ପୋଷ୍ଟରେ ସେ ତାଙ୍କ ଲୁକ ବିଷୟରେ କହିଥିଲେ, ‘ଭଲ ଶରୀର ଏବଂ ସ୍ୱାସ୍ଥ୍ୟ କିଣାଯାଇପାରିବ ନାହିଁ।’

 

Get real time updates directly on you device, subscribe now.