fbpx

ପେଡ୍ ପିରିୟଡ୍ ଲିଭ୍ ଦାବି କଲେ ସମ୍ବଲପୁର ଝିଅ, କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଅନୁରୋଧ

ସମ୍ବଲପୁର: ଋତୁସ୍ରାବ ସମୟରେ କର୍ମଜୀବୀ ମହିଳା ଅସ୍ବସ୍ତି ଅନୁଭବ କରିଥାନ୍ତି ଏଥୁରୁ ଆଶ୍ବସ୍ତି ପାଇବା ପାଇଁ ସମ୍ବଲପୁର ଏନ୍‌ଗୁହା ଲାଇନର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ଆଗେଇ ଆସିଛନ୍ତି । ସେ ପେଡ୍ ପିରିୟଡ ଲିଭ୍ ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଅନ୍‌ଲାଇନ୍‌ରେ ଅନୁରୋଧ କରିଛନ୍ତି । ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ପ୍ରଦାନ କରିବାକୁ ଏଥିରେ ଉଲ୍ଲେଖ କରିଛନ୍ତି । ଏହାସହ ସେ ଏକ ହସ୍ତାକ୍ଷର ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି ।

ପ୍ରିୟଦର୍ଶିନୀଙ୍କ ଦାବି ଅନୁସାରେ ବିଭିନ୍ନ କ୍ଷେତ୍ରରେ ଏବେ ଦେଶରେ ମହିଳାଙ୍କୁ ଆଗ୍ରାଧିକାର ଦିଆଯାଉଛି । ଶିକ୍ଷା ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଋତୁସ୍ରାବ ସମୟରେ ମହିଳାମାନେ କିଭଳି ସମୟ କାଟିବେ ସେ ସମ୍ପର୍କରେ ସଚେତନ କରାଯାଉଛି ଏହା ସତ୍ତ୍ବେ କର୍ମଜୀବୀ ମହିଳା, ମହିଳା ଶ୍ରମିକ ଏହି ସମୟରେ ହଇରାଣ ହେଉଛନ୍ତି। ସରକାରୀ ହେଉ କି ଘରୋଇ ଅନୁଷ୍ଠାନ, ମହିଳାଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ। ମହିଳାଙ୍କ ସୁବିଧା ପାଇଁ ସ୍ଵତନ୍ତ୍ର ଆଇନ ରହିଛି।

ତେଣୁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରି ମହିଳାଙ୍କ ସୁବିଧା ଓ ସୁରକ୍ଷା ପାଇଁ ପେଡ୍ ପରିୟଡ ଲିଭ୍ ଲାଗୁ କରିବା ଆବଶ୍ୟକ ପ୍ରିୟଦର୍ଶିନୀ କହିଛନ୍ତି, ଅନ୍ୟ କେତେକ ଦେଶର ମହିଳାଙ୍କୁ ଏହି ସମୟରେ ଛୁଟି ଦିଆଯାଇଥାଏ। ତେଣୁ ଆମ ଦେଶରେ ଏହି ସୁବିଧା ବିଭିନ୍ନ କ୍ଷେତ୍ରରେ ଏବେ ଦେଶରେ ଦିଆଯିବା ଆବଶ୍ୟକ ଭାବି ମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ସେ କହିଛନ୍ତି।

Get real time updates directly on you device, subscribe now.