fbpx

ସମ୍ବଲପୁରୀ ପୋଷାକକୁ ମିଳବ GI ଟ୍ୟାଗ୍: ଘୋଷଣା କଲେ କେନ୍ଦ୍ର ବୟନଶିଳ୍ପ କମିଶନର

ସମ୍ବଲପୁର: ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଶାଢୀକୁ ମିଳିଛି ବଡ଼ ଉପହାର । ସମ୍ବଲପୁରର ଶାଢୀ ସମେତ ଏଠାକାର ସମସ୍ତ ପୋଷାକକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଓଡ଼ିଶା ସମେତ ସାରା ବିଶ୍ୱରେ ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଛି । ଏହାର ଆକର୍ଷଣୀୟ ଡିଜାଇନ ଏବଂ ହାତବୁଣା କାରୁକାର୍ଯ୍ୟ ଲୋକଙ୍କୁ ଆକୃଷ୍ଟ କିଥାଏ । ତେବେ ସାରା ବିଶ୍ୱରେ ସମ୍ବଲପୁରୀ ବସ୍ତ୍ରର ବଢୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ ଜିଆଇ ଟ୍ୟାଗ ଦେବା ପାଇଁ ଘୋଷଣା କରାଯାଇଛି ।

ସମ୍ବଲପୁର ଆଇଆଇଏମ୍ ପକ୍ଷରୁ ଅନୁଷ୍ଠିତ ହୋଇଥିବା କ୍ଷୁଦ୍ର ବ୍ୟବସାୟ ପରିଚାଳନା ତାଲିମ ଶିବିର ଉଦଯାପନ ହୋଇଯାଇଛି । ଏହି ଉତ୍ସବରେ ଯୋଗ ଦେଇ କେନ୍ଦ୍ର ବୟନଶିଳ୍ପ କମିଶନର ରୂପ୍ ରାଶି ସମ୍ବଲପୁରୀ ବସ୍ତ୍ର ଉପରେ ଏକ ବଡ଼ ଘୋଷଣା କରିଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ଏବଂ ଚାହିଦା ବୃଦ୍ଧି ପାଉଥିବାରୁ ଏହାକୁ ମହାନ୍ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ବୟନଶିଳ୍ପ କମିଶନର ରୂପ୍ ରାଶି । ଏହାଦ୍ୱାରା ଓଡ଼ିଶାର ଆଉ ଏକ ସ୍ୱତନ୍ତ୍ରତାକୁ ମଧ୍ୟ ଉଚ୍ଚ ସମ୍ମାନରେ ସମ୍ମାନିତ କରାଯାଇ ପାରିବ । ଯାହାକୁ ନେଇ ଏବେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ଆସିଛି ।

ତେବେ ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍ ଦେବା ଦ୍ୱାରା ଅନେକ ଲୋକ ଏଥିରେ ଲାଭବାନ୍ ହୋଇପାରିବେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପରେ ବୁଣାକାରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ନିଜ ନିଜ କ୍ଷେତ୍ରରେ ଅଧିକ ଳାଭ ହାସଲ କରିପାରିବେ ବୋଲି କହିଛନ୍ତି କମିଶନର । ଏହି ପ୍ରୟାସ ସମସ୍ତ କ୍ଷେତ୍ରରେ ଲାଭ ବୃଦ୍ଧି କରିବାର ଆଶା କରାଯାଉଛି ।

Get real time updates directly on you device, subscribe now.