fbpx

ଏହା କ’ଣ ଏକ ସମଲିଙ୍ଗୀ ଯୋଡି ମାମଲା କି? ଉତ୍ତର ହଁ ଆସିବା ପରେ ରାଗିଯାଇ ଏପରି କଲେ ଜଜ୍‌

ନୂଆଦିଲ୍ଲୀ: ଆମ ଦେଶରେ ବହୁ କୋର୍ଟ କଚେରୀ ରହିଛି ଯେଉଁଠି ଦୈନିକ ବହୁ ମାମଲାର ଶୁଣାଣୀ କରାଯାଉଛି । ଏହି ଶୁଣାଣୀ ସମୟରେ ଏପରି କିଛି ଜିନିଷ ସାମ୍ନାକୁ ଆସିଥାଏ ଯାହା ଚର୍ଚ୍ଚାର ବିଷୟ ପାଲଟିଯାଏ । ଏହି କ୍ରମରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଣେ ବିଚାରପତି ସମଲିଙ୍ଗୀ ମାମଲା ସହ ସମ୍ବନ୍ଧିତ କେସ୍‌ର ଶୁଣାଣୀ ସମୟରେ ହଠାତ୍ ରାଗିଯାଇଥିଲେ । ସେ ଯେତେବେଳେ ପ୍ରଶ୍ନ କରିଥିଲେ କି ଏହା କ’ଣ ସମଲିଙ୍ଗୀ ଯୋଡି ମାମଲା କି? ହଁ ଉତ୍ତର ମିଳିବା ପରେ ସେ ନାରାଜ ହୋଇଯାଇଥିଲେ ଓ ଫାଇଲ୍ ଫିଙ୍ଗି ଦେଇଥିଲେ ।

ଏକ ରିପୋର୍ଟ ଅନୁଯାୟୀ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ସମଲିଙ୍ଗୀ ଦମ୍ପତି ସୁରକ୍ଷା ମାମଲା ଉପରେ ଶୁଣାଣୀ ଚାଲିଥିଲା । ଏହି ସମୟରେ ବିଚାରପତି ଆବେଦନକାରୀଙ୍କ ଓକିଲଙ୍କୁ ପଚାରିଥିଲେ କି ଆପଣ କିଏ? ଓକିଲ କହିଥିଲେ କି ମୁଁ ତାଙ୍କର ନେକ୍ସଟ୍ ଫ୍ରେଣ୍ଡ । ଏହାପରେ ବିଚାରପତି ପଚାରିଥିଲେ ଏହା କ’ଣ ସମଲିଙ୍ଗୀ ଯୋଡି ମାମଲା କି ? ଉତ୍ତର ହଁ ମିଳିବା ପରେ ରାଗିଯାଇ ବିଚାରପତି ଫାଇଲ୍ ଫିଙ୍ଗିଦେଲେ । ଏହାପରେ ସେ କହିଥିଲେ ଏହି ଅନୈତିକ ଜିନିଷକୁ ସେଇଠିକୁ ନେଇ ଯାଅ ଯେଉଁଠାରୁ ଏହା ଆସିଛି । ଆବେଦନକର୍ତ୍ତାଙ୍କ ଓକିଲ ଏଥିରେ ହସ୍ତକ୍ଷେପ କରିବାରୁ ସେ କହିଥିଲେ, ମୁଁ ଏଥିରେ ସହମତ ନୁହେଁ କି ସାମ୍ବିଧାନିକତା ଓ ନୈତିକତା ଅଲଗା ଅଲଗା ।

Get real time updates directly on you device, subscribe now.