fbpx

OSSC ପକ୍ଷରୁ ଘୋଷଣା: ଷ୍ଟେନୋଗ୍ରାଫର, ଟାଇପିଷ୍ଟ, DEO ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଫେବୃଆରୀରେ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଆଦି ପଦ ପୂରଣ ନେଇ ଗତ ନଭେମ୍ବର ମାସ ୧୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ନଭେମ୍ବର ମାସ ୧୮ ତାରିଖରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୭ ତାରିଖରେ ସମାପ୍ତ ହୋଇଥିଲା ।

ତେବେ ଏହା ମଧ୍ୟରେ ଉପରୋକ୍ତ ସମସ୍ତ ପଦକୁ ନେଇ ଓଏସଏସସି ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଏହି ପଦ ପାଇଁ ୫୭,୨୮୫ ଜଣ ପ୍ରାର୍ଥୀ ସଠିକ୍ ଭାବେ ଅନକଲାଇନ୍ ଆବେଦନ କରିଥିବା ବେଳେ ବିଭିନ୍ନ କାରଣରୁ ୫୦୫୧ ପ୍ରାର୍ଥୀଙ୍କର ଆବେଦନ୍ ରିଜେକ୍ଟ କରି ଦିଆଯାଇଛି । ରିଜେକ୍ଟ ହୋଇଥିବା ପ୍ରାର୍ଥୀଙ୍କର ତାଲିକା ୱେବସାଇଟରେ ଅପଲୋଡ୍ କରାଯାଇଛି । ପ୍ରାର୍ଥୀମାନେ ସେନେଇ ୱେବସାଇଟ୍ ପରିଦର୍ଶନ କରି ନିଜର ଆବେଦନ ଷ୍ଟାଟସ୍ ଚେକ୍ କରିପାରିବେ ।

ଏଥିସହିତ ଏହି ସମସ୍ତ ପଦ ପାଇଁ ଓଏସଏସସି ପକ୍ଷରୁ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରା କରାଯାଇଛି । ଆସନ୍ତା ମାସ ୪ ତାରିଖ (ରବିବାର) ଦିନ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଏମଆର ଉତ୍ତର ଶିଟରେ ପ୍ରାର୍ଥୀମାନେ ପରୀକ୍ଷା ଦେବେ । ପ୍ରତି ଭୁଲ୍ ଉତ୍ତର ପାଇଁ ୦.୨୫ ମାର୍କ ମାଇନସ୍ କରାଯିବ । ଆସନ୍ତା ୨୫ ତାରିଖ ପରଠାରୁ ପ୍ରାର୍ଥୀମାନେ ୟୁଜର ଆଇଡି ଓ ପାସୱାର୍ଡ ଦେଇ ନିଜ ନିଜର ଆଡମିଶନ୍ ଲେଟର ଡାଉନଲୋଡ୍ କରିପାରିବେ । ଏହି ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦୨୩ ମସିହା ଜାନୁଆରୀ ମାସ ସୁଦ୍ଧା ୧୮ ରୁ ୩୮ ବର୍ଷ ମଧ୍ୟରେ ରହିଥିଲା । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.