fbpx
BJD SKY
BJD SKY

ରାଜ୍ୟସଭା ନିର୍ବାଚନରେ ଜିତିଲେ ୩ AAP ନେତା: ସଞ୍ଜୟ, ସ୍ୱାତୀ ଓ ଗୁପ୍ତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

BJD

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆମ୍ ଆଦମୀ ପାର୍ଟି (ଆପ) ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆପର ୩ ଜଣ ନେତା ରାଜ୍ୟସଭା ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ସଞ୍ଜୟ ସିଂହ, ସ୍ୱାତୀ ମାଲୀୱାଲ ଓ ଏନଡି ଗୁପ୍ତା ରାଜ୍ୟସଭା ନିର୍ବାଚନରେ ବିନା ବିରୋଧରେ ବିଜୟ ହାସଲ କରିଛନ୍ତି । ଅନ୍ୟ କୌଣସି ଦଳ ପକ୍ଷରୁ ଏହି ନେତାଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଫଳରେ ଏହି ୩ ଜଣଙ୍କ ବିଜୟ ରାସ୍ତା ପରିଷ୍କାର ହୋଇଯାଇଥିଲା ।

ରାଜ୍ୟସଭା ନିର୍ବାଚନରେ ସଞ୍ଜୟ, ସ୍ୱାତୀ ଓ ଶ୍ରୀ ଗୁପ୍ତା ନିଦ୍ୱର୍ନ୍ଦ୍ୱରେ ବିଜୟ ହାସଲ କରିବା ପରେ ସେମାନେ ନିଜ ନିଜର ପ୍ରମାଣପତ୍ର ନେବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପହଞ୍ଚିଥିଲେ । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ୩ ଜଣ ନେତାଙ୍କ ବିରୋଧରେ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନଥିଲେ । ଅନ୍ୟ କୌଣସି ଦଳର କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ସେମାନେ ରାଜ୍ୟସଭା ଯିବା ଚୂଡ଼ାନ୍ତ ହୋଇଯାଇଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଆପ ରାଜ୍ୟସଭା ସାଂସଦ ଶ୍ରୀ ଗୁପ୍ତା ଓ ସଞ୍ଜୟଙ୍କର କାର୍ଯ୍ୟକାଳୀ ଜାନୁଆରୀ ୨୭ ତାରିଖରେ ସମାପ୍ତ ହେବାକୁ ଯାଉଛି । ଗତ ୮ ତାରିଖରେ ସଞ୍ଜୟ, ଶ୍ରୀ ଗୁପ୍ତା ଓ ଦିଲ୍ଲୀର ପୂର୍ବତନ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟସଭା ନିର୍ବାଚନ ପାଇଁ ଆପ ପକ୍ଷରୁ ସୁଶୀଲ କୁମାରଙ୍କ ସ୍ଥାନରେ ସ୍ୱାତୀଙ୍କ ନାମ ଘୋଷଣା କରାଯାଇଥିଲା । ସ୍ୱାତୀ ପ୍ରଥମ ଥର ରାଜ୍ୟସଭା ଯାଉଥିବା ବେଳେ ସଞ୍ଜୟ ଓ ଶ୍ରୀ ଗୁପ୍ତା ଦ୍ୱିତୀୟ ଥର ପାଇଁ ଯାଉଛନ୍ତି ।

Get real time updates directly on you device, subscribe now.