fbpx
BSKY SKY
BSKY SKY

ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ କନିଷ୍ଠ ଯନ୍ତ୍ରୀ ସମୀର ଦାସ

BSKY

ମାଲକାନଗିରି, ୨ା୧ (ଓଡିଶା ଭାସ୍କର): କରୋନା ପାଇଁ ଅନେକ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଥିଲା । ତେବେ ସେହି ବିପଦ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଉ ଚର୍ଚ୍ଚାକୁ ଆସିଥିଲେ ସେ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସମୀର ଦାସ ।

ଶ୍ରୀ ଦାସ ୪ ବର୍ଷ ପୂର୍ବେ କାଲିମେଳାରୁ ଖଇରାପୁଟକୁ ବଦଳି ହୋଇଆସିଥିଲେ । ସେ ମନରେଗା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଛନ୍ତି । ଲକଡାଉନରେ ଅନେକ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିଛନ୍ତି । ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ପୋଲ ନିର୍ମାଣ କରି ସେ ୫ଟି ଗ୍ରାମପଞ୍ଚାୟତର ଲୋକଙ୍କ ପାଇଁ ଯାତାୟାତର ସୁବିଧା କରାଇଛନ୍ତି । ମନରେଗାରେ ଠପ ହୋଇ ରହିଥିବା ଅନେକ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛନ୍ତି । ଶ୍ରୀ ଦାସ କାର୍ଯ୍ୟ କରୁଥିବା ୪ଟି ପଞ୍ଚାୟତରେ ମନରେଗା କାର୍ଯ୍ୟ ୬୦ ପ୍ରତିଶତ ଅଧିକ ହୋଇଥିବା ଜଣାପଡ଼ିଛି । ଶ୍ରୀ ଦାସଙ୍କ ଏହି ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବହୁ ଗରିବ ଲୋକ ଉପକୃତ ହେବା ସହ ସେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି ।

Get real time updates directly on you device, subscribe now.