fbpx

ବିଜେପି ନେତା ୱାଙ୍ଖେଡେଙ୍କ ଚେଲା; ସମସ୍ତଙ୍କ ପୋଲ୍ ଖୋଲିବି

ମୁମ୍ବାଇ: ସମୀର ୱାଙ୍ଖେଡେ ଓ ନୱାବ ମଲିକ୍ ବିବାଦ ନୂଆ ମୋଡ ନେଇଛି । ନିୟମିତ ଭାବରେ ସମୀର ୱାଙ୍ଖେଡେଙ୍କୁ ସମାଲୋଚନା କରୁଥିବା ନୱାବ ଶନିବାର ଆଉ ଥରେ ଆକ୍ରମଣ କରିଛନ୍ତି । ବିଜେପି ନେତାଙ୍କୁ ସମୀରଙ୍କ ଚେଲା ବୋଲି କହିବା ସହିତ ରବିବାର ସମୀରଙ୍କ ପୋଲ ଖୋଲିବା ନେଇ ଚେତାବନୀ ଦେଇଛନ୍ତି ନୱାବ । ବିଜେପି ନେତା ମୋହିତ କମ୍ବୋଜ ଏନସିପିର ସୁନୀଲ ପାଟିଲଙ୍କୁ ଏହି ମାମଲାର ମୁଖ୍ୟ କାର୍ପଟଦାର ଭାବରେ ଅଭିହିତ କରିଥିଲେ । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ନୱାବ ମଲିକ୍ ପୁନର୍ବାର ଚିହିଁକି ଯାଇଥିଲେ ।

ମୋହିତ ସମୀର ଦାଉଦ ୱାଙ୍ଖେଡେଙ୍କ ଚେଲା ବୋଲି କହିବା ସହିତ ଆସନ୍ତା କାଲି ସେ ସମସ୍ତଙ୍କ ପୋଲ ଖୋଲିବେ ବୋଲି ଧମକ ଦେଇଛନ୍ତି ମଲିକ । ସମୀର ୱାଙ୍ଖେଡେଙ୍କ ତଦନ୍ତ ପାଇଁ ଗଠିତ ଏସଆଇଟିର ଜଣେ ସଦସ୍ୟ ହିଁ ଏହି ପୋଲ ଖୋଲିବେ ବୋଲି କହିଛନ୍ତି ମଲିକ । ତେବେ ଏହି ପୋଲ କଣ ସେ ନେଇ କିଛି କହି ନାହାନ୍ତି ମଲିକ୍ ।

Get real time updates directly on you device, subscribe now.