ୱାଙ୍ଖେଡେଙ୍କ ଜାତିକୁ ନେଇ ନୱାବ ମଲିକଙ୍କ ପ୍ରଶ୍ନ; ପ୍ରେସମିଟରେ ଉତ୍ତର ରଖିଲେ NCB ଡିରେକ୍ଟର

ନୂଆଦିଲ୍ଳୀ: ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନ ଖାନ ଗିରଫଦାରୀକୁ ନେଇ ୱାଙ୍ଖେଡେଙ୍କୁ ନିୟମିତ ଆକ୍ରମଣ କରିବାରେ ଲାଗିଛନ୍ତି ଏନସିପି ମନ୍ତ୍ରୀ ନୱାବ ମଲିକ୍ । ସମୀରଙ୍କ ଜାତିକୁ ନେଇ ବିଭିନ୍ନ ଫଟୋ ଟ୍ୱିଟ କରିବା ସହିତ ସେ ମିଛ କହି ଆଇଆରଏସ୍ ଚାକିରି ହାସଲ କରିଛନ୍ତି ବୋଲି ମଲିକ ଅଭିଯୋଗ କରିଥିଲେ । ଏହାର ଜବାବ ରଖିଛନ୍ତି ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେ ।

ସୋମବାର ସମୀର ଏକ ପ୍ରେସମିଟ କରି ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସମୀର କହିଛନ୍ତି ତାଙ୍କ ପିତା ଦ୍ୟାନନ୍ଦେବ କାଚ୍ରୁଜି ୱାଙ୍ଖେଡେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଏହା ସହିତ ତାଙ୍କ ମା’ ଜହିଦା ଜଣେ ମୁସଲିମ ।୨୦୦୬ରେ ଜଣେ ସିଭିଲ ଇଞ୍ଜିନିୟର ଡ. ଶବାନା କ୍ୟୁରେସୀଙ୍କୁ ବିବାହ କରିଥିବା ବେଳେ ୨୦୧୬ରେ ବିବାହ ବିଚ୍ଛେଦ ହୋଇଥିଲା । ୨୦୧୭ରେ ସେ କ୍ରାନ୍ତି ଦୀନାନାଥ ରେଡକରଙ୍କୁ ପୁନର୍ବାର ବିବାହ କରିଥିଲେ । ତେବେ ସମୀରଙ୍କୁ ଜଣେ ମୁସଲିମ ବୋଲି ଦାବି କରିବା ସହିତ ଜନ୍ମ ସାର୍ଟିଫିକେଟରେ ସମୀର ଦାଉଦ ୱାଙ୍ଖେଡେ ଲେଖାଥିବାର ଫଟୋ ଶେୟାର କରିଥିଲେ ନୱାବ ମଲିକ୍ ।