fbpx

ଆର୍ୟନ ଖାନ୍ ଗିରଫ ଘଟଣା: ତଦନ୍ତ କରିବେନି ସମୀର ୱାଙ୍ଖଡ଼େ

ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ କାରବାର ମାମଲା ଓ ଆର୍ୟନ ଖାନ୍ ଗିରଫ ଘଟଣା । ଆର୍ୟନ ଖାନ୍ ମାମଲାର ତଦନ୍ତ ଭାରରୁ ହଟିଲେ ସମୀର ୱାଙ୍ଖଡ଼େ । ଏନିସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ଏନସିବି ମୁଖ୍ୟାଳୟକୁ ବଦଳି । ଆର୍ୟନ ଖାନ କେସ୍ ସହ ୫ ମାମଲାରୁ ହଟିଲେ ସମୀର ୱାଙ୍ଖଡ଼େ । ଏହି ୫ ମାମଲାର ତଦନ୍ତ କରିବ ଏନସିବି ସେଣ୍ଟ୍ରାଲ ଜୋନ । ୱାଙ୍ଖଡ଼େଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଥବାରୁ ହଟିଲେ । ୫ ମାମାର ଦାୟିତ୍ୱରେ ରହିବେ ସଞ୍ଚୟ ସିଂ ।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏବଂ ଅନ୍ୟ ଦଶ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ମାମଲାର ତଦନ୍ତ କରୁଥିଲେ ସମୀର ୱାଙ୍ଖଡେ, ତେବେ ତଦନ୍ତ ମଧ୍ୟରେ ତାଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲା । ଏପରିକି ସମୀର ଆର୍ୟନ ଖାନଙ୍କୁ ଛାଡ଼ିଦେବା ପାଇଁ ଟଙ୍କା ମାଗିଥିବାର ମଧ୍ୟ ଅଭିଯୋଗ ହୋଇଛି । ସେପଟେ ସମୀର ମିଛ ପ୍ରମାଣପତ୍ର ଦେଖାଇ ଚାକିରି ପାଇଥିବା ନେଇ ଅଭିଯୋଗ ଆଣିଥିଲା ଦଳିତ ସଂଗଠନ । ଏହାରି ମଧ୍ୟରେ ଶୁକ୍ରବାର ତାଙ୍କୁ ଆର୍ୟନ ଖାନ ମାମଲା ସହ ୫ ମାମଲରୁ ହଟାଯାଇଛି । ତେବେ ଗତ ସପ୍ତାହରେ ଆର୍ୟନଙ୍କ ସମେତ ଗିରଫ ଅନ୍ୟ ସମସ୍ତଙ୍କୁ ଜାମିନ ମିଳିଥିଲା ।

ସେପଟେ ମାମଲାରୁ ହଟାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି ସମୀର ୱାଙ୍ଖଡେ ସେ କହିଛନ୍ତି ଏହି ତଦନ୍ତରୁ ତାଙ୍କୁ ହଟାଯାଇନାହିଁ । ସେ ନିଜେ ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବା ପାଇଁ ରିଟ ପିଟିସନ ଦାଖଲ କରିଥିଲେ ବୋଲି କହିଛନ୍ତି । ଆସନ୍ତାକାଲି ଦିଲ୍ଲୀ ଏନସିବିର ଏକ ସ୍ୱତନ୍ତ୍ର ଟିମ ମୁମ୍ବାଇ ଆସିବେ, ଆର୍ୟନ ଏବଂ ୫ ଟି କେସର ତଦନ୍ତ କରିବେ ।

Get real time updates directly on you device, subscribe now.