fbpx

ଗିରଫ ହେଲେ ସମିତି ସଭ୍ୟ

ଗଞ୍ଜାମ, ୧୩ା୧୨ (ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ କଞ୍ଚୁଡୁ ପଞ୍ଚାୟତର ସମିତି ସଭ୍ୟ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ସମିତିସଭ୍ୟ ଏ.ସୁଦାମଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି । ତେବେ ଠକେଇ ଓ ପ୍ରତାରଣା ଅଭିଯୋଗରେ ସୁଦାମ ଗିରଫ ହୋଇଥିବା ଜଣାପଡ଼ିଛି । ରାଜନୀତି ସହ ସଂଶ୍ଲିଷ୍ଟ ଥିବା ଜଣେ ବ୍ୟକ୍ତିବିଶେଷ ବାହାର ରାଜ୍ୟର ପୋଲିସ ଦ୍ୱାରା ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.