fbpx

୧୦ ହଜାର ଟଙ୍କାର ୫ଜି ସ୍ମାର୍ଟଫୋନ୍ ପାଇପାରିବେ ମାତ୍ର ୫୦୦ଟଙ୍କାରେ , କେଉଁଠୁ ଓ କିପରି କିଣିବେ ଜାଣି ନିଅନ୍ତୁ

Advertisement

ନୂଆଦିଲ୍ଲୀ:ବଡ ବ୍ୟାଟେରୀ ଓ ଦମଦାର କ୍ୟାମେରା କ୍ୱାଲିଟି ସହ ୧୦ ହଜାରରୁ କମ୍ ଦାମ୍ ରେ ଆସୁଥିବା ସାମସଙ୍ଗ ସ୍ମାର୍ଟଫୋନ୍ ଏବେ ଆମାଜନ୍ ର ପ୍ରାଇମ୍ ଡେ ସେଲ୍ରେ ଭାରି ଡିସକାଉଣ୍ଟରେ ମିଳୁଛି । ଏଣୁ ଯଦି ଆପଣ ଶସ୍ତାରେ ଭଲ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ୫ଜି ଫୋନ୍ ଆପଣଙ୍କ ଲାଗି ବେଷ୍ଟ ଅପ୍ସନ ରହିବ । ଏହି କ୍ରମରେ ଆସନ୍ତୁ ଜାଣିବା କିପରି ଆପଣ ଏହି ଫୋନ୍କୁ ମାତ୍ର ୫୦୦ ଟଙ୍କାରେ ପାଇପାରିବେ ।

ଅନଲାଇନ୍ ସପିଂ ସାଇଟ୍ ଆମାଜନ୍ ଏହାର ପ୍ରାଇମ୍ ଡେଜ୍ ସେଲ୍ ରେ ସାମସଙ୍ଗ ଗାଲାକ୍ସୀ ଏମ୍୧୩ ସ୍ମାର୍ଟଫୋନ୍ ଉପରେ ଏକ ମାଲାମାଲ ଅଫର ପ୍ରଦାନ କରୁଛି । ସାମସଙ୍ଗ ଗାଲାକ୍ସୀ ଏମ୍ ୧୩ର ୪ଜିବି ର୍ୟାମ୍ ୬୪ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଭେରିଆଣ୍ଟ ଯାହାର ମୂଲ୍ୟ ୧୪, ୯୯୯ ଟଙ୍କା ତାହାକୁ ଆମାଜନ୍ ୩୭ ପ୍ରତିଶତ ରିହାତି ମୂଲ୍ୟରେ ମାତ୍ର ୯,୪୯୯ ଟଙ୍କାରେ ଦେଉଛି ।

ଏହା ବ୍ୟତିତ ଏହି ଫୋନ୍ କୁ ଆପଣ ୫୦୦ ଟଙ୍କରୁ ବି କମ୍ ମୂଲ୍ୟରେ କିଣିପାରିବେ । ସେହିପରି ଆମାଜନ୍ ପୁରୁଣା ଫୋନ୍ ବଦଳାଇବା ଉପରେ ୯୦୦୦ ଟଙ୍କା ସଞ୍ଚୟର ସୁଯୋଗ ଦେଉଛି । ଯଦି ଆପଣ ଏହାର ପୁରା ଏକ୍ସଚେଞ୍ଜ ଅଫରର ଫାଇଦା ଉଠାଉଛନ୍ତି ତେବେ ଆପଣଙ୍କୁ ୪୯୯ ଟଙ୍କାରେ ଏହି ଫୋନ୍ ମିଳିଯିବ ।

ସାମସଙ୍ଗ ଗାଲାକ୍ସୀ ଏମ୧୩ରେ ବହୁ ଫିଚର ରହିଛି । ଏଥିରେ ୬୦୦୦ ଏମଏଏଚ୍ ର ବଡ ବ୍ୟାଟେରୀ , ୫୦ ମେଗାପିକ୍ଓଲ ପ୍ରାଇମେରୀ କ୍ୟାମେରା, ୬.୬ ଇଞ୍ଚର ଏଲସିଡି ଡିସପ୍ଲେ ରହିଛି । ଫୋନ୍ ର ପ୍ରଣ୍ଟରେ ସେଲଫି ଓ ଭିଡିଓ କଲ୍ ଲାଗି ୫ ମେଗାପିକ୍ସଲ କ୍ୟାମେରା ଦିଆଯାଇଛି । ଏହା ସହିତ ଏଥିରେ ଅନ୍ୟାନ୍ୟ ବହୁ ସୁବିଧା ମଧ୍ୟ ରହିଛି ।

Get real time updates directly on you device, subscribe now.