fbpx

ଆଜି ୮୪ କଳାକାରଙ୍କୁ ମିଳିବ ସଂଗୀତ ନାଟକ ଏକାଡ଼େମୀ ଅମୃତ ଆୱାର୍ଡ, ଉପରାଷ୍ଟ୍ରପତି କରିବେ ସମ୍ମାନୀତ

Advertisement

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ୭୫ ବର୍ଷରୁ ଅଧିକ ୮୪ ଜଣ କଳାକାରଙ୍କୁ ସଂଗୀତ ନାଟକ ଏକାଡେମୀ ଅମୃତ ପୁରଷ୍କାରରେ ସମ୍ମନୀତ କରାଯିବ । ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ବଡ଼ ବଡ଼ କଳାକାରମାନଙ୍କୁ ଜାତୀୟ ସମ୍ମାନରେ ସମ୍ମାନୀତ କରାଯିବ । ଉପରାଷ୍ଟ୍ରପତି ଜଗଦୀପ ଧନଖଣ୍ଡ ଆଜି ୭୦ ଜଣ ପୁରୁଷ ଏବଂ ୧୪ ଜଣ ମହିଳା କଳାକାରଙ୍କୁ ସମ୍ମାନୀତ କରିବେ ।

ସୂଚନା ଅନୁଯାୟୀ, ଏଥିରେ ମଣିପୁରର ସବୁଠାରୁ ବୟଷ୍କ ଯୁମନାମ ଜାତ୍ରା ସିଂହ ଅଛନ୍ତି । ତାଙ୍କର ବୟସ ୧୦୧ ବର୍ଷ । ପୁରଷ୍କାର ସୂଚୀରେ ୯୦ ବର୍ଷରୁ ଅଧିକ ଆୟୁର ୧୩ ଜଣ ଏବଂ ୮୦ ବର୍ଷରୁ ଅଧିକ ୩୮ ଜଣ କଳାକାର ଅଛନ୍ତି । ଦୁଇ ମହିଳା କଳାକାର ଗୌରୀ କୂପ୍ପୂସ୍ୱାମୀ ଏବଂ ମହାଭାଷ୍ୟମ ଚିତ୍ତରଞ୍ଜନଙ୍କୁ ମରଣୋପରାନ୍ତ ପୁରଷ୍କାର ଦିଆଯିବ ।

ସଂଗୀତ ନାଟକ ଏକାଡେମୀର ସଭାପତି ଡ. ସାନ୍ଧ୍ୟା ପୁରଚା କହିଛନ୍ତି ଯେ, ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ସମ୍ମାନ କରୁଥିବା ଏହି କଳାକାରମାନେ କୌଣସି ଜାତୀୟ ସମ୍ମାନ ପାଇ ନାହାଁନ୍ତି। ଏହି ପୁରସ୍କାର ପାଇଁ ପ୍ରାୟ ୫୦୦ ଆବେଦନ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ଏକାଡେମୀର ସାଧାରଣ ପରିଷଦ ବିଭିନ୍ନ ପାରାମିଟର ଆଧାରରେ ୮୪ ଜଣ କଳାକାରଙ୍କୁ ଚୟନ କରିଥିଲା। ଜାତୀୟ ପୁରସ୍କାର ଆକାରରେ, ତମ୍ବା ପ୍ଲେଟ, ଅଙ୍ଗଭସ୍ତ୍ରମ ବ୍ୟତୀତ ଏହି ବରିଷ୍ଠ କଳାକାରମାନଙ୍କୁ ନଗଦ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ଅସୁସ୍ଥତା ହେଲେ ୧.୫ ଲକ୍ଷ ଟଙ୍କା ମଧ୍ୟ ସହାୟତା ଭାବରେ ପ୍ରଦାନ କରାଯିବ।

 

Get real time updates directly on you device, subscribe now.