fbpx

କୋଷ୍ଟାଲ ହାଇୱେ ପ୍ରସଙ୍ଗରେ କଣ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଗତକାଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଅଣତରକା ପ୍ରଶ୍ନର ଉତ୍ତର ରାଜ୍ୟସଭାରେ ଦେଇଥିଲେ । ତେବେ ଓଡ଼ିଶାର ଉପକୂଳ ହାଇୱେ ହ୍ରାସ ପାଇଥିବା ସଞ୍ଜୟ ପ୍ରକାଶ କରିଛନ୍ତି ।

ସଞ୍ଜୟ କହିଛନ୍ତି ଯେ, ପ୍ରଥମରୁ ଯେଉଁ ସନ୍ଦେହ କରାଯାଉଥିଲା, ତାହା ଆଜି ସ୍ପଷ୍ଟ ହୋଇଛି । ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ୪୩୫ କିମି ଯିବା କଥା, ମାତ୍ର ତାହା ହ୍ରାସ ପାଇ ୩୮୨ କିମି ହୋଇଛି । କୋଷ୍ଟାଲ ହାଇୱେ କମିବା ରାଜ୍ୟର ସ୍ୱାର୍ଥୀ ବିରୋଧୀ ଅଟେ । କୋଷ୍ଟାଲ ହାଇୱେ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ । ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ପାଇଁ ଅର୍ଥନୀତିରେ ବିରାଟ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକୁ ରାଜନୀତିକରଣ କରାନଯାଇ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଉଚିତ । ସେଥିପାଇଁ ଦମମତ ନିର୍ବିଶେଷରେ ମିଳିତ ହୋଇ ଆଲୋଚନା କରିବା ଦରକାର ବୋଲି ସଞ୍ଜୟ ମତ ଦେଇଥିଲେ ।

Get real time updates directly on you device, subscribe now.