ଦୁଇ ଜମଜ ସନ୍ତାନଙ୍କୁ ନିଆରା ଢଙ୍ଗରେ ୱିସ କଲେ ଅଭିନେତା ସଞ୍ଜୟ ଦତ୍ତ

ନୂଆଦିଲ୍ଲୀ: ବଲିଉଡର ଖଳନାୟକ ତଥା ଅଭିନେତା ସୁନିଲ ଦତ୍ତ ଓ ଅଭିନେତ୍ରୀ ନର୍ଗୀସଙ୍କ ଏକମାତ୍ର ପୁଅ ସଞ୍ଜୟ ଦତ୍ତଙ୍କ ଷ୍ଟାଇଲ ସମସ୍ତଙ୍କଠାରୁ ନିଆରା । ସବୁ ସମୟରେ କିଛି ହଟକେ ଥାଏ ସଞ୍ଜୁବାବାଙ୍କ ଷ୍ଟାଇଲ, ଯାହାକୁ ନେଇ ସେ ଥାନ୍ତି ଚର୍ଚ୍ଚାରେ । ଦତ୍ତ ପରିବାରର ମାଲିକ ୨୯୫ କୋଟିର ଅଧିକାରୀ ହେବା ସହ ସାଉଥ ଓ ବଲିଉଡ ଇଣ୍ଡଷ୍ଟ୍ରୀରେ ତହଲକା ମଚଉଛନ୍ତି ସଞ୍ଜୁ । ତେବେ ଆଜି ତାଙ୍କୁ ଦୁଇ ଜମଜ ସନ୍ତାନଙ୍କ ଜନ୍ମ ଦିନ ଅବସରରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପିଲାଙ୍କ ସହ କିଛି ଫଟୋ ।

ଏହି ସବୁ ଫଟୋ ଭିତରୁ ଗୋଟିଏ ଫଟୋକୁ ଦେଖି ଫ୍ୟାନ୍ସ ଫିଦା ହୋଇଛନ୍ତି ସଞ୍ଜୁବାବାଙ୍କ ସାଦଗିରେ । ଫଟୋରେ ପୁଅ, ଝିଅଙ୍କ ସହ ପତ୍ନୀ ଏକ ସ୍କୁଟିରେ ନଜର ଆସୁଛନ୍ତି, ଠିକ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ବ୍ୟକ୍ତିଙ୍କ ପରି । ଆଗରେ ଦୁଇ ପିଲା ଠିଆ ହୋଇଥିବା ବେଳେ ପଛରେ ବସିଛନ୍ତି ମାନ୍ୟତା । ଏହି ଫଟୋକୁ ଫ୍ୟାନ୍ସ ବେସ ପସନ୍ଦ କରିଛନ୍ତି ।

ସଞ୍ଜୟ ଦତ୍ତ ଏହି ଫଟୋ ସହ ପିଲାଙ୍କ ଉଦ୍ଦେଶ୍ୟରେ ଅତି ସୁନ୍ଦର ମେସେଜ ମଧ୍ୟ କରିଛନ୍ତି । ପୋଷ୍ଟରେ ଲେଖାଅଛି, ଡିୟର ସାରୁ ଓ ଇକରା, ଆପଣ ଦୁହିଁଙ୍କ ଜନ୍ମଦିନର ଶୁଭକାମନା, ଭଗବାନ ଆପଣଙ୍କୁ ଖୁସି ରଖନ୍ତୁ ଓ ସଫଳ କରନ୍ତୁ । ମନଲଗେଇ ପାଠ ପଢ, ଭଲ କାମରେ ଫୋକସ କର । ସବୁଠାରୁ ବଡ କଥା, ସମସ୍ତଙ୍କ ସହ ବିନମ୍ରତା ସହ ବ୍ୟବହାର କର । ତୁମ ଦୁହିଁଙ୍କୁ ଭଲପାଏ ଓ ସବୁ ସମୟରେ ତୁମ ସହ ରହିଛି । ଆଗାମୀ ବର୍ଷ ତୁମପାଇଁ ସୁଖଦ ହେଉ ।

Get real time updates directly on you device, subscribe now.