ସଞ୍ଜୟ ସିଂହଙ୍କର ଜେଲରେ ବଢିଗଲା ୬ କିଲୋ ଓଜନ, ତିହାର ଜାରି କଲା ହେଲଥ ରିପୋର୍ଟ, ବିଜେପି ପଚାରିଲା- ଅତିଥି ଚର୍ଚ୍ଚା କିପରି ହେଲା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ଲଗାତାର ଏହି ଦାବି କରିଆସୁଛି ଯେ, ଜେଲରେ ଥିବା ଦଳର ନେତାମାନଙ୍କୁ ସ୍ୱାସ୍ଥ୍ୟ ଖରାପ ରହୁଛି ଏବଂ ସେମାନଙ୍କ ଓଜନ ହ୍ରାସ ପାଉଛି । ଆପ୍ ଗତ କିଛି ଦିନରେ ଦାବି କରିଛି ଯେ, ତିହାର ଜେଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଓଜନ ୪ କିଲୋଗ୍ରାମ କମିଯାଇଛି । କିନ୍ତୁ ଜେଲ ପ୍ରବନ୍ଧନ ଏହି ଦାବିକୁ ଖଣ୍ଡନ କରିଛନ୍ତି ଏବଂ ସଞ୍ଜୟ ସିଂହଙ୍କୁ ମେଡିକାଲ ରିପୋର୍ଟ ସେୟାର କରିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ, ଜେଲରେ ରହିବା ସମୟରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ।

ଆମ୍ ଆଦମୀ ପାର୍ଟୀର ସାଂସଦ ସଞ୍ଜୟ ସିଂହଙ୍କୁ ଜେଲରେ ଦିଲ୍ଲୀ ମଦ ନୀତି ମାମଲାରେ ଛଅ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି । ସେହିପରି ତିହାର ଜେଲ ପକ୍ଷରୁ ଜାରି ମେଡିକାଲ ରିପୋର୍ଟରୁ ଜଣାପଡୁଛି ଯେ, ଅକ୍ଟୋବର ୨୦୨୩ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ତିହାର ଜେଲରେ ରହିବା ସମୟରେ ସଞ୍ଜୟ ସିଂହଙ୍କ ଓଜନ ୭୬ କିଲୋଗ୍ରାମ ବଢି ୮୨ କିଲୋ ହୋଇଯାଇଛି । ଏହାରି ମଧ୍ୟରେ ତାଙ୍କର ସୁଗାର ଲେବଲ ମଧ୍ୟ ୧୫୩/ ୧୦୩ ରୁ ହ୍ରାସ ପାଇ ୧୩୬/୭୦ ମିମି ଏଚଜି ହୋଇଯାଇଛି ।

ସଞ୍ଜୟ ସିଂହଙ୍କ ଓଜନ ବଢିବାକୁ ନେଇ ବିଜେପିର ପ୍ରଦେଶ ମନ୍ତ୍ରୀ ନେତା ହରୀଶ ଖୁରାନା ଟାର୍ଗେଟ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଓଜନ କମ ହେବା କଥା କହୁଥିବା ଆମ୍ ଆଦମୀ ପାର୍ଟୀକୁ ଏହା କହିବା ଆବଶ୍ୟକ ଯେ, ସଞ୍ଜୟ ସିଂହଙ୍କର କିପରି ଭାବେ ଜେଲରେ ଅତିଥି ଚର୍ଚ୍ଚା ହେଲା, ଯେଉଁଥିରେ ତାଙ୍କ ଓଜନ ଏକ କି ଦୁଇ ନୁହେଁ, ବରଂ ୬ କିଲୋ ବଢିଯାଇଛି ।