fbpx

ଦମ୍ ଦେଖାଇଲେ ସଞ୍ଜୁ ସାମସନ୍: ତୃତୀୟ ମ୍ୟାଚରେ ହାସଲ କଲେ ଦମଦାର ଶତକ

Advertisement

ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଫାଇନାଲ ଦିନିକିଆ ଖେଳାଯାଉଛି । ଉଭୟ ଦଳ ୧-୧ ମ୍ୟାଚ ଜିତି ସିରିଜ ବରାବରରେ ରହିଛନ୍ତି । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି । ତେବେ ଏଭଳି ଏକ ମ୍ୟାଚରେ ଦମଦାର ବ୍ୟାଟିଂର ଝଲକ ଦେଖାଇଛନ୍ତି ମିଡିଲ ଅର୍ଡର ବ୍ୟାଟର ସଞ୍ଜୁ ସାମସନ୍ । ଦିନିକିଆ କ୍ରିକେଟରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି ସଞ୍ଜୁ । ସାମସନଙ୍କ ଶତକ ବଳରେ ଭାରତ ଆଫ୍ରିକାକୁ ୨୦୯୭ ରନର ଲକ୍ଷ୍ୟ ଦେଇପାରିଛି ।

ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ ଆପ୍ରିକା ଅଧିନାୟକ ଏଡେନ୍ ମାର୍କରମ । ତେବେ ଭାରତ ପକ୍ଷରୁ ଡେବ୍ୟୁଟାଣ୍ଟ ରଜତ ପଟିଦାର ଏବଂ ୟଙ୍ଗଷ୍ଟାର ସାଇ ସୁଦର୍ଶନ ଓପନିଙ୍ଗ କରିଥିଲେ । ମାତ୍ର ୨୨ ରନ୍ କରି ରଜତ ଆଉଟ ହୋଇଥିବା ବେଳେ ସାଇ ସୁଦର୍ଶନ ମଧ୍ୟ ୧୦ ରନ୍ କରି ପାଭିଲିୟନ୍ ଫେରିଥିଲେ । ୧୦୧ ରନରେ ହିଁ ଭାରତ ଦୁଇ ଓପନର ଏବଂ ଅଧିନାୟକ ରାହୁଲଙ୍କୁ ହରାଇ ବିପଦରେ ପଡ଼ି ଯାଇଥିଲେ । ତେବେ ଏହି ସମୟରେ ସଞ୍ଜୁ ସାମସନ ଏବଂ ତିଲକ ବର୍ମା ମ୍ୟାଚକୁ ସମ୍ଭାଳିଛନ୍ତି । ୧୧୬ ରନର ଭାଗିଦାରୀ କରି ଭାରତକୁ ୨୧୭ ରନରେ ପହଞ୍ଚାଇଥିବା ବେଳେ ତିଲକ ଦିନିକିଆରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ୫୨ ରନରେ କେଶବ ମହାରାଜଙ୍କ ଶିକାର ହୋଇ ସେ ମଧ୍ୟ ପାଭିଲିୟନ ଫେରିଥିଲେ ।

ତେବେ ଗୋଟିଏ ପଟେ ସମସ୍ତ ଖେଳାଳି ନିଜ ୱିକେଟ ହରାଇଥିବା ବେଳେ ସଞ୍ଜୁ ସାମସନ ଏକା ଲଢି ଶତକ ହାସଲ କରିଛନ୍ତି । ୧୧୪ ବଲରେ ୬ଟି ଚୌକା ଏବଂ ୩ଟି ଛକା ସହ ୧୦୮ ରନର ଇନିଂସ ଖେଳିଛନ୍ତି ସଞ୍ଜୁ ସାମସନ । ତେବେ ଏହା ସଞ୍ଜୁଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକ । ଅନେକ ଦିନର ଅପେକ୍ଷା ପରେ ଆଜି ଶତକୀୟ ପାଳି ଖେଳିଛନ୍ତି ସାମସନ । ଏହାସହିତ ଚୟନକର୍ତ୍ତାଙ୍କୁ ମଧ୍ୟ ନିଜ ଦକ୍ଷତା ଏବଂ କ୍ଷମତା ଦେଖାଇ ଦେଇଛନ୍ତି । ତେବେ ସଞ୍ଜୁଙ୍କ ଶତକ ସହ ଭାରତ ଦକ୍ଷିଣ ଆଫ୍ରିକାକୁ ୨୯୭ ରନର ବିଜୟ ଟାର୍ଗେଟ ଦେଇଛି ।

Get real time updates directly on you device, subscribe now.